ଅପରାଧ

କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ । ଗୋଟିଏ ଆକାଉଣ୍ଟର ପ୍ରୋଫାଇଲ ଫଟୋ ସହ ଭିଡିଓ କଲ ରେକର୍ଡ ମ୍ୟାଚ କରୁଥିବାରୁ ରହସ୍ୟମୟୀଙ୍କ ଫଟୋ ମିଳିଥିବା କ୍ରାଇମବ୍ରାଞ୍ଚ ଏଡିଜି ସଂଜିବ ପଣ୍ଡା କହିଛନ୍ତି । ଏଥିସହ ଏହି ଘଟଣାରେ ୟୁକେ ରୁ ଇ ସିମ ଆସିଥିବାରୁ କ୍ରାଇମବ୍ରାଞ୍ଚ ଇଣ୍ଟରପୋଲର ସହାୟତା ନେବ ବୋଲି ମଧ୍ୟ କହିଛନ୍ତି ପଣ୍ଡା ।
ଫେସବୁକରେ ୭ଟି ଆକାଉଣ୍ଟ ଜରିଆରେ ଏହି ରହସ୍ୟମୟୀ ମହିଳା ଆଇଟିଆରର ୫ ଜଣଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଅଭିଯୁକ୍ତଙ୍କ ଫେସବୁକ ଆକାଉଣ୍ଟ ଖୋଲି କ୍ରାଇମବ୍ରାଞ୍ଚ ପାଇଛି, ଅଭିଯୁକ୍ତ ରହସ୍ୟମୟୀଙ୍କୁ ଡିଆରଡିଓର ଫଟୋ ସେୟାର କରିଛି । ସେହିପରି ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯାଇପାରେ ବୋଲି ମଧ୍ୟ ସେ କହିଛନ୍ତି ।ଯେହେତୁ କଲ ବିଦେଶରୁ ହୋଇଛି ଓ ମୁଖ୍ୟତଃ ୟୁକେରୁ ଇ ସିମର ବ୍ୟବହାର ହୋଇଛି ତେଣୁ ଇଣ୍ଟରପୋଲର ସହାୟତା ନେବାକୁ କ୍ରାଇମ ବ୍ରାଞ୍ଚ ନିଷ୍ପତ୍ତି ନେଇଛି ।
ଅଭିଯୁକ୍ତମାନେ ଯେତିକି ସୂଚନା ଦେଇଛନ୍ତି ଓ ଯେତିକି ଟେକନିକାଲ ଡାଟା ଅଛି, ତାକୁ ନେଇ ଅଧିକ ତଦନ୍ତ କରାଯିବ। ଦରକାର ପଡ଼ିଲେ ପୁଣି ଥରେ ରିମାଣ୍ଡରେ ଅଣାଯିବ ବୋଲି ଏଡିଜି କହିଛନ୍ତି ।

 

Related posts

ଦୁଷ୍କର୍ମ: ମାମଲାର ତୁରନ୍ତ ଶୁଣାଣି ପାଇଁ ୨୧୮ ଫାଷ୍ଟଟ୍ରାକ କୋର୍ଟ ଗଠନକୁ ଯୋଗୀଙ୍କ ମଞ୍ଜୁରୀ

mahabharatanews

ହୋଟେଲ ମାଲିକଙ୍କୁ ଗୁଳି କରି ହତ୍ୟା କଲା ସ୍ୱିଗି ଡେଲିଭରୀ ବଏ

mahabharatanews

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews