ଭାରତ

ପାକିସ୍ଥାନରେ ତାଲିମ ଦିଆଯାଇଥିବା କଥା କ୍ୟ।ମେରା ସାମ୍ନାରେ ବଖାଣିଲା ଆତଙ୍କବାଦୀ

ଶ୍ରୀନଗର: ଭାରତ ସର୍ବଦା ପାକିସ୍ତାନକୁ ଆତଙ୍କବାଦୀଙ୍କ ଚାରଣ ଭୂମି ବୋଲି ଦାବି କରିଆସୁଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରି ଚାଲିଛି । ହେଲେ ପାକିସ୍ତାନରେ ହିଁ ଆତଙ୍କବାଦୀ ସୃଷ୍ଟି କରାଯାଏ ତାର ଖୋଲା ଚିଠା କ୍ୟ।ମେରାରେ  ଦେଇଛି ଉରୀ ଅଞ୍ଚଳରୁ ଗିରଫ ଆତଙ୍କବାଦୀ । ୧୯ ବର୍ଷୀୟ ଏହି ଆତଙ୍କବାଦୀକୁ ଯେରା ପରେ ସାମ୍ବାଦିକ ସମ୍ମିଳନୀକୁ ଅଣା ଯାଇଥିଲା । ବାବର କ୍ୟ।ମେରା ସାମ୍ନାରେ ବଖାଣିଛି କିପରି ତାକୁ ପାକିସ୍ଥାନରେ ତାଲିମ ଦିଆଯାଇଥିବା କଥା ।
ବାବର କହିଛି, ଆତଙ୍କବାଦୀ ପାକିସ୍ତାନ ଖାଇବର୍ପକତୁନ୍ନା ଅଞ୍ଚଳର ୬ ଯୁବକଙ୍କୁ ବାଛିଥିଲେ । ସେମାନଙ୍କ ମଧ୍ୟରେ ବାବର ମଧ୍ୟ ଥିଲା। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଆଦି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲା। ବାବର୍କୁ ୨୦ ହଜାର ଦିଆଯାଇଥିବା ବେଳେ ତା’ପରିବାରକୁ ୩୦ ହଜାର ଟଙ୍କା ଦିଆଯାଇଥିଲା। ଭାରତୀୟ ସେନା, ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଲକ୍ଷରେ ବାବର ଭାରତକୁ ଆସିଥିଲା ।
ହେଲେ ଭାରତୀୟ ସେନା ଆତଙ୍କବାଦୀଙ୍କ ସମସ୍ତ ଯୋଜନାକୁ ବିଫଳ କରିଦେଲେ । ବାବରକୁ ଗିରଫ କରାଗଲା । ତା’ଠାରୁ ୭ଟି ଏକେ ସିରିଜ୍, ୯ଟି ପିସ୍ତଲ, ୮୦ ଗ୍ରେନେଡ୍ ଓ ପାକିସ୍ତାନୀ ମୁଦ୍ରା ଜବତ କରାଯାଇଛି। ଗିରଫ ଆତଙ୍କବାଦୀ ନିକଟରୁ ସୀମାପାର ଆତଙ୍କବାଦ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି।
ପଞ୍ଜାବର ଓକାରାରେ ବାବର୍ ବସବାସ କରେ । ପାକିସ୍ତାନର ଗଡ ହବିବୁଲ୍ଲାହରୁ ବାବର ଆତଙ୍କବାଦୀ ତାଲିମ ନେଇଥିଲା । ତାକୁ ପଟ୍ଟନ ଅଞ୍ଚଳକୁ ହତିଆର ପଠାଇବା ଦାୟିତ୍ୱ ଦିଆଯାଇଥିଲା।

 

Related posts

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ

mahabharatanews

୨୪ ଘଣ୍ଟାରେ ଦେଶରୁ ୧,୨୭୨ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ମଣିପୁର ହିଂସା: ପୁଣି କର୍ଫ୍ୟୁ ଲାଗୁ

mahabharatanews