ଓଡିଶା

ଗାଡି ଓଲଟି ୮ ଶ୍ରମିକ ଆହତ

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗୋଡିଖାଳ ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟାଟା ଏସି ଗାଡି ଓଲଟି ୮ ଜଣ ଆହତ ହୋଇଛନ୍ତି । ଆହତମାନେ ସମସ୍ତେ ଜଳେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଜଳେଶ୍ୱର ଥାନା ପଞ୍ଚୁଘଣ୍ଟାରୁ ଏକ ଟାଟା ଏସିରେ ୨୦ ଜଣ ଶ୍ରମିକ ମିକ୍ସଚର ମେସିନ ଲୋଡ କରି ଦ୍ରୁତ ଗତିରେ ଅମର୍ଦାବାଦରୋଡ ଯାଉଥିଲେ । ମାତ୍ର ଗାଡିଟି ଭାରସାମ୍ୟ ହରାଇ ଗୋଡିଖାଳ ନିକଟରେ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ୨୦ ଜଣଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଛି ।

Related posts

ମଞ୍ଚରେ ଗୀତ ଗାଉଥିବା ବେଳେ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

mahabharatanews

ଥମୁନି ମଣିପୁର ହିଂସା : ଜୁଲାଇ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ଦୁର୍ଦାନ୍ତ ନକ୍ସଲ ଦମ୍ପତିଙ୍କ ଆତ୍ମସମର୍ପଣ

mahabharatanews