ଓଡିଶା

ମଞ୍ଚରେ ଗୀତ ଗାଉଥିବା ବେଳେ ଟଳି ପଡ଼ିଲେ ଅତିରିକ୍ତ ଜିଲ୍ଲାପାଳ

ଗଜପତି: ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେନି । ଖୁସିର ମାହୋଲରେ ଗଜପତିରେ ଘଟିଗଲା ଦୁଃଖଦ ଖବର । ଗୀତ ଗାଉଥିବା ବେଳେ ହଠାତ ଟଳି ପଡ଼ିଲେ ଜିଲ୍ଲା ରେଭିନୁ୍ୟ ଏଡିଏମ ବୀରେନ୍ଦ୍ର କୁମାର ଦାସ । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି । ଶାନ୍ତିପୂଣ୍ଣର୍ ଭାବେ ନିର୍ବାଚନ ସରିବା ଖୁସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମଞ୍ଚଉପରକୁ ଯାଇଗୀତ ଗାଉଥିଲେ ବୀରେନ୍ଦ୍ର । ଗୀତ ଗାଉଥିବା ବେଳେ ହଠାତ ମଞ୍ଚରେ ପଡ଼ିଯାଇଥିଲେ ରେଭିନୁ୍ୟ ଏଡିଏମ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲ ନିଆଯାଇଥିଲା କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିରେନ୍ଦ୍ରଙ୍କ ଏଭଳି ଅକସ୍ମାତ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କେହି । ବୀରେନ୍ଦ୍ରଙ୍କ ମୃତ୍ୟୁପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 

Related posts

ରାଜ୍ୟରେ ସ୍ୱାଭାବିକ ହୋଇଛି ମୋ ବସ ସେବା

mahabharatanews

ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୩୩୯୦ ଆକ୍ରାନ୍ତ ଚିହ୍ନଟ ସହ ୧୦୩ ଟି ଜୀବନ ନେଇଛି କରୋନା ଭାଇରସ

mahabharatanews

ଜରଡା ଥାନା ପୋଲିସ ଯିବେ କ୍ୱାରାଣ୍ଟାଇନରେ

mahabharatanews