ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଗାନ୍ଧୀଙ୍କୁ ନେଇ ଦେଇଥିବା ବୟାନକୁ କଂଗ୍ରେସ ନେତା ବି କେ ହରିପ୍ରସାଦ ସୋମବାର ଦିନ ନିନ୍ଦା କରିବା ସହ ହେଗଡେଙ୍କୁ ଗାନ୍ଧୀଙ୍କ ହତ୍ୟାକାରୀ ଗଡସେଙ୍କ ପୁଅ ବୋଲି ସମ୍ବୋଧନ କରିଛନ୍ତି । ହରିପ୍ରସାଦ କହିଛନ୍ତି, କେବଳ ନାଥୁରାମ ଗଡସେଙ୍କ ପୁଅ ହିଁ ଏପରି ବୟାନ ଦେଇ ପାରିବେ ।
ହେଗଡେ ମହାତ୍ମା ଗାନ୍ଧୀଙ୍କ ସ୍ୱ।।ଧୀନତା ସଂଗ୍ରାମକୁ ଏକ ଡ୍ରାମା ଆଖ୍ୟା ଦେଇ ଏପରି ଲୋକ କିପରି ଭାରତରେ ମହାତ୍ମା ରୂପେ ନାମିତ ବୋଲି ପ୍ରଶ୍ନ କରିଥିଲେ । ସେ କହିଥିଲେ, ଏହି ତଥାକଥିତ ନେତାମାନେ ଥରେ ମଧ୍ୟ ପୁଲିସ ଦ୍ୱାର।। ମାଡ ଖାଇ ନ ଥିଲେ । ଏପରି ନେତାମାନେ ବ୍ରିଟିଶ ସରକାର ଦ୍ୱାର।। ସ୍ୱୀକୃତି ଲାଭ କରିଥିଲେ । ଏହା କୌଣସି ଯଥାର୍ଥ ସଂଗ୍ରାମ ନ ଥିଲା । ଏହା ସ୍ୱତନ୍ତ୍ରତାର ସଂଗ୍ରାମ ନାମରେ ଏକ ବୁଝାମଣା ଥିଲା ବୋଲି ହରିପ୍ରସାଦ କହିଛନ୍ତି । ଏହି କ୍ଷେତ୍ରରେ ତୃଣମୂଳ କଂଗ୍ରେସ ପକ୍ଷରୁ କଂଗ୍ରେସକୁ ସମର୍ଥନ କର।।ଯାଇଛି । ତୃଣମୂଳ କଂଗ୍ରେସ ନେତା ସୌଗୁତା ରୟ କହିଛନ୍ତି, ଅନନ୍ତ ହେଗଡେଙ୍କପରି ଲୋକ ଦେଶ ପାଇଁ ଲଜ୍ଜା । ଆମେ ଗାନ୍ଧୀଙ୍କ ସମର୍ଥକ ଓ ବିଜେପି ନେତାମାନେ ନାଥୁରାମ ଗଡସେଙ୍କ ସମର୍ଥକ । ଦେଶବାସୀ ଦେଖନ୍ତୁ କିପରି ବିଜେପି ନେତାମାନେ ଜାତିର ପିତାଙ୍କ ଅପମାନ କରୁଛନ୍ତି ।
ଏପରି କ୍ଷେତ୍ରରେ ବିଜେପି ନେତା ହେଗଡେଙ୍କ ସପକ୍ଷରେ ଠିଆ ହେବାକୁ କୁଣ୍ଠାପ୍ରକାଶ କରୁଛନ୍ତି । ତେବେ ବରିଷ୍ଠ ବିଜେପି ନେତା ଜଗଦମ୍ବିକା ପାଲ କହିଛନ୍ତି, ପୁରା ବିଶ୍ୱ ଗାନ୍ଧୀଙ୍କୁ ଜାଣେ । ଏହା ହେଗଡେଙ୍କ ବ୍ୟକ୍ତିଗତ ମନ୍ତବ୍ୟ । ଅପରପକ୍ଷରେ ବିଜେପି ନେତାମାନେ ଏହି ମାମଲାରେ ହେଗଡେଙ୍କୁ ନେଇ କୌଣସି ମନ୍ତବ୍ୟ ଦେବାଠାରୁ ନିଜକୁ ବଞ୍ଚାଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି, ହେଗଡେ ଏପରି କୌଣସି ମନ୍ତବ୍ୟ ଦେବା ଉଚିତ୍ ନୁହେଁ । ଗାନ୍ଧୀ ଜଣେ ଜାତୀୟ ସମ୍ମାନିତ ବ୍ୟକ୍ତି । ସେହିପରି ବିଜେପି ସାଂସଦ ସଂଜୟ ଭାଟିଆ ପରୋକ୍ଷରେ କହିଛନ୍ତି, ଗାନ୍ଧୀଙ୍କ ଶିକ୍ଷାକୁ କଂଗ୍ରେସ ଲାଗୁ କରି ନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀଙ୍କ ଶିକ୍ଷାର ପ୍ରସାର କରିଛନ୍ତି ।