କୋରାପୁଟ: ଗତକାଲି ରାତିରେ କୋରାପୁଟ ଜିଲ୍ଲାରୁ ଦୁଇ କୁଇଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୋଇପାଇଗୁଡା ପୁଲିସ ଏହାକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗୁପ୍ତେଶ୍ୱର ରାସ୍ତାରେ ବୋଇପାଇଗୁଡି ପୁଲିସ ପକ୍ଷରୁ ଗାଡି ଯାଞ୍ଚ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ୪ ଟି ବାଇକରେ ଚାରିଜଣ ଲୋକ ଗଞ୍ଜେଇ ବୋଝେଇ ବସ୍ତା ନେଇ ସେହି ରାସ୍ତା ଦେଇ ଯାଉଥିଲେ । ରାସ୍ତାରେ ପୁଲିସର ଚେକିଂ ଦେଖି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ଟିମ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅନ୍ୟ ଦୁଇଜଣ ଗାଡି ଛାଡି ସେଠାରୁ ଖସିଯାଇଥିଲେ । ପୁଲିସ ୪ଟି ବାଇକ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ଆଜି ଦୁଇ ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଫୱର୍ାଡ କରିଛି । ଖସି ଯାଇଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚେଷ୍ଟା ଚାଲିଛି ।
previous post
next post
