ଅପରାଧ

ଚଳନ୍ତା ଗାଡିରୁ ଡେଇଁ ପଡିଲେ ଯୁବକ

ନୀଳଗିରି: ନୀଳଗିରି ବ୍ଲକ ବରମପୁର ଥାନା ଅଧୀନ ଗରଡିହି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗାଡିରୁ ଡେଇଁ ପଡିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ଚଳନ୍ତା ଗାଡିରୁ ସେ ଡେଇଁଲେ କାହିଁକି ?
ଘଟଣା ହେଉଛି ଏପରକି ରେମୁଣାର ଏକ ମାର୍ବଲ ଦୋକାନରୁ ଗରଡିହି ଅଞ୍ଚଳର ସୁଭ୍ରଜିତ ମହାନ୍ତି ବାକିରେ କିଛି ଜିନିଷ ଆଣିଥିଲେ । ତେବେ ବାକି ଟଙ୍କା ଦେବାରେ ବିଳମ୍ବ ହେବାରୁ ୧୫ରୁ ଉଦ୍ଧ୍ୱର୍ ଲୋକ ତାଙ୍କୁ ମାଡ ମାରିଥିଲେ । ଦୋକାନ ମାଲିକ ସାଗର ଏବଂ କିଛି ଲୋକ ବରମପୁର ବାଳିକା ବିଦ୍ୟାଳୟ ସାମନାରେ ସୁବ୍ରଜିତଙ୍କୁ ମାଡ ମାରିବା ସହ ତାଙ୍କୁ ଏକ ଗାଡିରେ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଗାଡିରୁ ସୁବ୍ରଜିତ ଡେଇଁ ପଡିଥିଲେ । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏହାପରେ ଆହତ ସୁବ୍ରଜିତଙ୍କୁ ସ୍ତାନୀୟ ବରମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବରମପୁର ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Related posts

ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

mahabharatanews

କୋରୋନା ଭାଇରସର ଅପପ୍ରଚାର କରି ଅଧ୍ୟାପକ ଗିରଫ

mahabharatanews

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews