(ମହାଭାରତ): ଅ।ମ ଜୀବନରେ ବାସ୍ତୁର ଗଭୀର ପ୍ରଭାବ ପଡିଥାଏ । ବାସ୍ତୁ ଅନୁଯାୟୀ ଘରେ ଥିବା ସମସ୍ତ ଜିନିଷ ଅ ।ମ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ଘର ସଜାଇବା ପାଇଁ ସବୁ ଜିନିଷ ମଧ୍ୟରୁ ସତେଜ ଫୁଲରେ ଘର ସଜାଇବାକୁ ସମସ୍ତେ ଭଲପାଇଥାନ୍ତି କିନ୍ତୁ ଏହି ଫୁଲ ଝାଉଳି ଯିବା ପରେ ସୁନ୍ଦର ନଲାଗିବା ସହ ଅ ।ମ ଉପରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ ।ଏଥିସହ ଘରେ ଫୁଲ ରଖିବା ଦ୍ୱାରା ଘରର ପରିବେଶ ଖୁସି ରହିଥାଏ । ଏହା ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଅ ।ସିଥାଏ । ତେବେ ଅ ।ସନ୍ତୁ ଜାଣିବା ଫୁଲ ସହ ଜଡିତ କିଛି ଖାସ୍ ବାସ୍ତୁ ଟିପ୍ସ ।
ଘରର ଫୁଲଦାନୀରେ ସର୍ବଦା ସତେଜ ଫୁଲ ରଖନ୍ତୁ । ଏଥିସହ ଏହି ଫୁଲ ଶୁଖିଯିବା ଉପରେ ବିଶେଷ ଧ୍ୟାନ ରଖନ୍ତୁ । ପ୍ରତି ୨ ରୁ ୩ ଦିନ ପରେ ଫୁଲକୁ ବଦଳାଇବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଭରି ରହିଥାଏ । ରୋଗରେ ପିଡୀତ ଥିବା ବ୍ୟକ୍ତିଙ୍କୁ ଫ୍ରେସ୍, ସୁନ୍ଦର ଫୁଲ ଗିଫ୍ଟ କରିବାର ଅର୍ଥ ହେଉଛି ସେ ବହୁତ ଜଲଦି ସୁସ୍ଥ ହୋଇଯାଅ ।ନ୍ତୁ ବୋଲି କୁହାଯାଇଥାଏ । କାରଣ ଏହା ସୁସ୍ଥ ସ୍ୱାସ୍ଥ୍ୟର ସଂକେତୟ-ଘର, ଦୋକାନ କିମ୍ବା ଅଫିସ୍ କେଉଁଠି ବି ହେଉ ସର୍ବଦା ସଠିକ୍ ଦିଗରେ ଫୁଲଦାନୀ ରଖିବା ଉଚିତ । ବାସ୍ତୁ ଅନୁଯାୟୀ ଏହାକୁ ରଖିବା ବା ଲଗାଇବାର ସଠିକ୍ ଦିଗ ହେଉଛି ଦକ୍ଷିଣ ଏବଂ ପଶ୍ଚିମ । ଏହି ଦିଗରେ ଫୁଲଦାନୀ ରଖିବା ଦ୍ୱାରା ଘରେ ଖୁସିର ବାତାବରଣ ରହିଥାଏ । କିନ୍ତୁ ଯଦି ଅ ।ପଣ ଏହାର ବିପରୀତ ଦିଗରେ ରଖନ୍ତି ତେବେ ଅ ।ପଣଙ୍କ ଘରେ ସର୍ବଦା ଝଗଡା ଏବଂ ବିଳମ୍ବରେ ବିବାହ ହେବାର ସମସ୍ୟା ଦେଖାଯାଇଥାଏ ।
previous post