(ମହାଭାରତ, ଚିଲିକା): ୨୯୮୩ଜଣ ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷା ବାହିନୀର ପ୍ରଶିକ୍ଷଣାର୍ଥୀଙ୍କ ଏକ ଆକର୍ଷଣୀୟ ପାସିଙ୍ଗ ଆଉଟ୍ ପରେଡ୍ ଉତ୍ସବରେ ଆଇ ଏନ ଏସ୍ ଚିଲିକା ପକ୍ଷରୁ ସ୍ନାତକ ଉପାଧି ପ୍ରଦାନ କରାଯାଇଥିଲା ।୨୧ ସପ୍ତାହର ମୁଳ ପ୍ରଶିକ୍ଷଣର ପରେଡକୁ ଭାଇସ୍ ଆଡମିରାଲ୍ ଏକେ ·ଓଲା ଏଭି ଏସ୍ ଏମ୍ , ଏନ୍ ଏମ୍ , ଭି ଏସ୍ ଏମ୍ ମୁଖ୍ୟ କମାନ ପତାକାଧିକାରୀ ଓ ଦକ୍ଷିଣ ନୌସେନା କମାନଙ୍କ ଦ୍ୱାରା ନିରୀକ୍ଷଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟ କମାନ ଅଧିକାରୀ ଯୋଗ୍ୟ ବିବେଚିତ ପ୍ରଶିକ୍ଷଣାର୍ଥୀମାନଙ୍କୁ ଟ୍ରଫି ଓ ମେଡାଲ୍ ପ୍ରଦାନ କରିଥିଲେ । ପାସିଙ୍ଗ୍ ଆଉଟ୍ ପ୍ରଶିକ୍ଷଣାର୍ଥୀମାନେ ଆହାରଣ କରିଥିବା ତୀକ୍ଷ୍ନ କାର୍ଯ୍ୟକୁଶଳ , ଇଛାଶକ୍ତି ଏବଂ ବଚନବଦ୍ଧକୁ ବ୍ୟବହାର କରି ନିଜକୁ ଆଗାମୀ ଭବିଷ୍ୟତ ଜୀବିକାରେ ଶାଣିତ କରିବାକୁ ଶ୍ରୀ ·ଓଲା ନିଜ ଅଭିଭାଷଣରେ ଦୃଢତାର ସହ ପ୍ରବର୍ତାଇଥିଲେ । ପରଭେଜ ଆଲମ, ବରିଷ୍ଠ ସେକେଣ୍ଡାରୀ ପ୍ରଶିକ୍ଷଣାର୍ଥୀ , କ୍ୟାପଟେନ୍ , ମ୍ୟାଟ୍ରିକ୍ ଭର୍ତ୍ତି ( ଏମ୍ ଆର୍ ) ଉଭୟ ଭାରତୀୟ ନୌସେନା ଏବଂ ଜେଶ୍ୱର ରାଓ , ନାବିକ ( ଜି ଡି ) ଓ ନିଳେସ୍ ପଟେଲ୍ ନାବିକ ( ଡି ବି ) ଉଭୟ ଭାରତୀୟ ତଟରକ୍ଷୀ ବାହିନୀର ନିଜ ନିଜ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ବିଭିନ୍ନ ପ୍ରାନ୍ତରୁ ଆସି ଶିକ୍ଷାଧ୍ୟୟନ କରିଥିବା ଶିକ୍ଷାର୍ଥୀଙ୍କ ଅଭିଭାବକ, ପରିବାର ବର୍ଗ ଚିଲିକାକୁ ଆସି କାର୍ଯ୍ୟକରିଥିଲେ । ତା ୧୦ ଜାନୁଆରି ୨୦୨୦ ଦିନ ଭାଇସ୍ ଆଡମିରାଲ୍ ଶ୍ରୀ ·ଓଲା ପ୍ରଶିକ୍ଷଣାର୍ଥୀମାନଙ୍କୁ ଏକ ଭରସା ଯୋଗ୍ୟ ସାଂସ୍କୃତିକ ବିଦାୟ ଉତ୍ସବକୁ ଉପଭୋଗ କରିଥିଲେ । ଏହି ଉତ୍ସବରେ ଯୁଗ୍ମ ଭାବରେ କମାନ୍ ମୁଖ୍ୟ ଶ୍ରୀମତି ସ୍ୱପ୍ନା ·ଓଲା , ଦକ୍ଷିଣାଞ୍ଚାଳ ନୌସେନା ସ୍ତ୍ରୀ କଲ୍ୟାଣ ସଂସ୍ଥା ସଭାପତି ଦ୍ୱିଭାଷି ପତ୍ରିକା ‘ ଅଙ୍କୁର’ ର ଶୀତକାଳୀନ ସଂସ୍କରଣକୁ କମାଣ୍ଡର ଋତୁରାଜ ସାହୁ କମାନ ଅଧିକାରୀ ଆଇ ଏନ ଏସ୍ ଚିଲିକା ଏବଂ ଶ୍ରୀମତି ସଙ୍ଗିତା ସାହୁ ସଭାପତି ସ୍ତ୍ରୀ କଲ୍ୟାଣ ସମିତି ଚିଲିକା ଉପସ୍ଥିତିରେ ଉନ୍ମୋଚନ କରିଥିଲେ ।
previous post
next post
