ବିଶ୍ୱ

ଚୀନରେ ଭୟଙ୍କର ବିସ୍ଫୋରଣ

ବେଜିଂ: ଚୀନରେ ଭୟଙ୍କର ବିସ୍ଫୋରଣ । ଚୀନର ଦକ୍ଷୀଣ ପଶ୍ଚିମ କ୍ଷେତ୍ରରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଗୁରୁତର ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚୋଙ୍ଗକିଙ୍ଗ ନଗର ପ୍ରଶାସନ ଏକ ଅନଲାଇନ ବିବୃତ୍ତିରେ ବିସ୍ଫୋରଣର କାରଣ ଗ୍ୟ।।ସ ଲକ୍ରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
ଗତକାଲି ରାତିରେ ୱାଲଙ୍ଗ ଜିଲ୍ଲାର ଚୋଙ୍ଗକିଙ୍ଗ ନଗରରେ ଏକ ସରକାରୀ କାର୍ଯ୍ୟଳୟରେ ଏକ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ନିକଟବର୍ତ୍ତୀ ଅଞ୍ଚଳ ଦୋହଲି ଯାଇଥିଲା । ଏହି ବିସ୍ଫୋରଣରେ ୧୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

Related posts

ପୂର୍ବତନ ISI ମୁଖ୍ୟଙ୍କୁ ଗିରଫ କଲା ପାକ୍ ସେନା

mahabharatanews

ହକି ବିଶ୍ୱକପ ପାଇଁ ସଜେଇ ହେଇଛି ରାଉରକେଲା ସହର

mahabharatanews

ବେଜିଙ୍ଗ୍‌ରେ ପ୍ରବଳରୁ ଅତି ପ୍ରବଳ ବର୍ଷା

mahabharatanews