ଓଡିଶା

ଚେକଡ୍ୟାମ ଭିତରକୁ ଖସି ପଡିଲା ଜିପ୍

(ମହାଭାରତ, ଟିଟିଲାଗଡ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡର ହାଟପଦା ପଡା ଠାରେ ଏକ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଚେକ୍ ଡ୍ୟାମ ଭିତରକୁ ଏକ ଜିପ୍ ଖସି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଗାଡି ଡ୍ରାଇଭର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ଗାଡିରେ ତାଙ୍କ ବ୍ୟତୀତ ଆଉ କେହି ନଥିଲେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଜିପଟି ହାଡପଡା ପେଟ୍ରୋଲ ପମ୍ପରୁ ଦ୍ରୁତଗତିରେ ଆସି ଚେକଡ୍ୟାମରୁ ୩୦ ଫୁଟ ତଳକୁ ଖସି ପଡିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ଏନେଇ ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ଜିପରେ ଥିବା ଡ୍ରାଇଭର ଗାଡିକୁ ସାଇଡ କରିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଛି । କିନ୍ତୁ ଗାଡିରେ ସେ ଏକୁଟିଆ ଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

Related posts

ମହାନଦୀରୁ ଘଡିଆଳ କୁମ୍ଭୀର ଉଦ୍ଧାର

mahabharatanews

ମାଓବାଦୀଙ୍କ ଗତିବିଧି ଏବଂ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବ ଡ୍ରୋନ

mahabharatanews

୧୩ ତାରିଖ ବନ୍ଦ ରହିବ ୟୁନିିଟ-୧ ମାର୍କେଟ

mahabharatanews