ଓଡିଶା

ଚୋରମରା ନୋଡାଲ ସ୍କୁଲର ବାର୍ଷିକ ଉତ୍ସବ

(ମହାଭାରତ, ଜଳେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ଗୋଷ୍ଠି ଶିକ୍ଷା ଅଧିକାରୀ ଅଧିନସ୍ଥ ଚୋରମରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବସ୍ତା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନଞ୍ଜୟ ବେହେରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଅମରଦା ସିଦେ୍ଧଶ୍ୱର କଲେଜର ପ୍ରାଧ୍ୟାପକ ଅକ୍ଷୟ କୁମାର ପରିଡା ସାମିଲ ହୋଇଥିଲେ । ଏକ ଆଦର୍ଶ ବିଦ୍ୟାଳୟ ଗଠନ ସହ ଉତ୍ତମ ଗୁଣବତ୍ତା ଶିକ୍ଷାଦାନ ପାଇଁ ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଦାୟୀ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ଜେନା, ଚୋରମରା ପଞ୍ଚାୟତର ସରପଞ୍ଚ ପରିତୋଷ କାମିଳା ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତୀୟ ଡାକ ବିଭାଗ ବୋର୍ଡର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର କାମିଳାଙ୍କ ଉଦ୍ୟମରେ ସ୍ୱର୍ଗତଃ ସୁରେନ୍ଦ୍ର ନାଥ କାମିଳା, ଫକୀର ଚରଣ କାମିଳାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ପରମାନନ୍ଦ ନାୟକ ଅଥିଥିମାନଙ୍କୁ୍ୁ ଧନ୍ୟବାଦ ଦେଇଥିଲେ ।

Related posts

ସରକାରୀ କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ: ସିପି

mahabharatanews

 ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା 

mahabharatanews

ବିଜେଡିରେ ମିଶିଲେ ଦୁର୍ଯ୍ୟୋଧନ ଗରଡିଆ ଏବଂ ବିଭୁତି ଭୂଷଣ ଗରଡିଆ 

mahabharatanews