ଓଡିଶା

ଚୋରା ଦେଶୀମଦ ରନ୍ଧା ଆଡ୍ଡା ଉପରେ ଚଢାଉ

(ରାଇରଙ୍ଗପୁର/ସତ୍ୟନାରାୟଣ ପାଲ): ମ଼ହାମାରୀ ‘କରୋନା’ ପାଇଁ ଚାରିଆଡେ ଲକ୍ ଡାଉନ୍ ଏବଂ ଶୂନଶାନ । ତା ସହ ମଦ ଦୋକାନ, ଗୁଟଖା ,ଚା ଦୋକାନ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ତେଣୁ ସବୁଆଡେ ମଦ ଦୋକାନ । ଦୋକାନ ଉପରେ ପୋଲିସ ତିକ୍ଷଣ ନଜର ରଖିଥିବା ବେଳେ ଗାଁରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ କଡ଼ା ନଜର ରଖିଛନ୍ତି । ମଦୁଆମଖନେ ଟିକେ ସୋମରସ ପାଇଁ ଡହଳ ବିକଳ ହେଉଛନ୍ତି । ଏଭଳି ପରିସ୍ଥିତିରେ ଚୋରା ଲୋଭଖୋର ମଦ ମାଫିଆମାନେ ନିଜର ଚୋରା ମଦ କାରବାରର ଗତି ବଦଳେଇ ଦେଇଛନ୍ତି । ବିଭିନ୍ନ ଉପାୟ ଅବଲମ୍ବନ କରି ସେମାନେ ତାଙ୍କର ସେମାନେ ତାଙ୍କର କାୟା ବିସ୍ତାର କରିଛନ୍ତି ।

ଏହାର ଜ୍ୱଳନ୍ତ ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଲକର ତେଣ୍ଟପୋଷୀ ଗ୍ରାମର କିଛି ଦୂରରେ ଥିବା ରାସ୍ତା କଡ ନାଳ ଧାରପାଖ ଘଞ୍ଚ ବଣଜଙ୍ଗଲ ଘେରା ମଝିରେ ଚୋରା ମଦ ମାଫିଆମାନେ ଚୋରାରେ ଦେଶୀ ମଦ ଚୁଲେଇ କରିବା ଖବର କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁରର ଆଗଧାଡିର କରୋନା ଯୋଦ୍ଧା ଦକ୍ଷ ପୋଲିସ ଅଧିକାରୀ ଏସଡିପିଓ ସ୍ନେହାଶୀଷ ସାହୁ , ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ। ପଦ୍ମଲୋଚନ ପାଣିଗ୍ରାହୀ ଏବଂ ପୋଲିସ କର୍ମଚାରୀ ରବିବାର ଦିନ ସକାଳ ସମୟରେ ଅତର୍କିତ ଚଢ଼ାଉ କରିଥିଲେ । ପୋଲିସଙ୍କୁ ଦେଖି ମଦମାଫିଆମାନେ ପ୍ରାଣ ବିକଳରେ ନାଳ ଡେଇଁ ଖସି ପଳାଇଥିଲେ । ଘଟଣାସ୍ଥଳରୁ ୫୦ ଲିଟର ଦେଶୀ ମଦ ଜବତ କରିବା ସହ୨୦୦୦ କେଜି ମହୁଲ ପୋଚକୁ ନଷ୍ଟ କରି ଦିଆଯାଇଥିଲା ।ମଦ ଚୁଲେଇକୁ ଭାଙ୍ଗି ଦିଆଯିବା ସହ ମଦ ରନ୍ଧା ସାମଗ୍ରୀକୁ ନଷ୍ଟ କରି ଦିଆଯାଇଥିଲା । ପୋଲିସ ୩ଜଣଙ୍କ ନାମରେ ୫୨/୨୦ କେଶ ମାମଲା ରୁଜୁ କରିଛି ।ମଦ ମାଫିଆଙ୍କ ଉପରେ ଏସଡିପିଓଙ୍କ କାର୍ୟ୍ୟଧାରାକୁ ମଦ ପିଡିତା ବୁଢ଼ାବୁଢ଼ୀ, ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପ୍ରଶଂସା କରିବା ଚୋରା ମଦ ବେପାରୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

Related posts

 ‘ବାତ୍ୟା ନେଇ ସୂଚନା ଦେଇ ନାହୁଁ’: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର 

mahabharatanews

ଏଣିକି ଶିମିଳିପାଳରେ ହେବ କଳା ବାଘ ସଫାରୀ

mahabharatanews

ଚିଲିକା ରୋପୱେ କୁ ନେଇ ବିବାଦ

mahabharatanews