(ମହାଭାରତ): କୋରୋନା ଭାଇରସ ଯେକୌଣସି ବୟସ ବର୍ଗର ଲୋକଙ୍କୁ ସଂକ୍ରମିତ କରିପାରେ । କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ କ୍ଷେତ୍ରରେ କୋରୋନା ଭାଇରସ ବ୍ୟାପିବା ଘଟଣା କମ୍ ରହିଛି । ଥଣ୍ଡା,କାଶ,ଛିଙ୍କ ହେଉଥିଲେ ଏହା ଯେ କୋରୋନା ତାହା କହିବା ମଧ୍ୟ ଠିକ୍ ନୁହେଁ । ଏହା ସାଧାରଣ ଥଣ୍ଡା, କାଶ, ଛିଙ୍କ ବି ହୋଇପାରେ । ତଥାପି ଯଦି ପିଲାଙ୍କୁ ଏହି ଭାଇରସରୁ କେମିତି ସୁରକ୍ଷିତ ରଖିବେ ତାହା ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା ପିଲାଙ୍କ ଯତ୍ନ ପାଇଁ କ’ଣ କରିବେ?
ପିଲାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରଖନ୍ତୁ ।
ଖେଳିଲା ବୁଲିଲା ବେଳେ ବିଶେଷ ଧ୍ୟାନ ଦିଅନ୍ତୁ ।
ବାରମ୍ବାର ହାତ ଧୋଇବାକୁ କହନ୍ତୁ । ହାତ ଧୋଇବାର ସଠିକ ପ୍ରକ୍ରିୟା ମଧ୍ୟ ଶିଖାନ୍ତୁ । ଯାହା ଦ୍ୱାରା ଆପଣଙ୍କ ପିଲା ଭାଇରସରୁ ରକ୍ଷା ପାଇପାରିବ ।
ପିଲାଙ୍କୁ ପରିଷ୍କାର ପରିଚ୍ଛନ୍ନତା ଉପରେ ଭଲ ଶିକ୍ଷା ଦିଅନ୍ତୁ । କାଶିଲା ବେଳେ ବା ଛିଙ୍କିଲା ବେଳେ ଟୁସ୍ୟୁ ପେପର ବ୍ୟବହାର କରିବାକୁ କହନ୍ତୁ ।
ପିଲାଙ୍କଠାରେ ଅଧିକ ଦିନ ଧରି ଥଣ୍ଡା, କାଶ,ଛିଙ୍କ,ଜ୍ୱର ଦେଖାଗଲେ ସର୍ବ ପ୍ରଥମେ ଡାକ୍ତଙ୍କ ପରାମର୍ଶ ନିଅନ୍ତୁ ।
ଶ୍ୱାସକ୍ରିୟା ସଂକ୍ରମଣ ପରି ପିଲାଙ୍କର ଅନ୍ୟ ସମସ୍ୟା ଅଛି ତେବେ ଶୀଘ୍ର ଯତ୍ନ ନିଅନ୍ତୁ ଏବଂ ସର୍ବସାଧାରଣ ସ୍ଥାନକୁ ବାରଣ କରନ୍ତୁ ।
previous post
next post