ଓଡିଶା

ଜମି ବିବାଦକୁ ନେଇ ବୋମାମାଡ

(ମହାଭାରତ,ପୁରୀ): ପୁରୀ ସଦର ଥାନା ଷଣ୍ଢପୁର ଗାଁରେ ଜମିଜମା ବିବାଦକୁ ନେଇ ବୋମାମାଡ ହୋଇଛି । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୀଡିତଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଯାଜପୁର ୟୁଟ୍ୟୁବର୍ ଦମ୍ପତିଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି

mahabharatanews

ପ୍ରଚଣ୍ଡ ଶବ୍ଦରେ କମ୍ପିଲା ୩ ଜିଲ୍ଲା

mahabharatanews

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଡକ୍ଟର ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ 

mahabharatanews