ଦେଶ ବିଦେଶ

ଅନଲାଇନ ଗେମ ପାଇଁ ଛାତରୁ ଡେଇଁପଡିଲେ ତିନି ଭଉଣୀ…

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ତିନି ଭଉଣୀ ଏକ ବିପଜ୍ଜନକ ଅନଲାଇନ୍ ଗେମ୍ ପ୍ରଭାବରେ ପଡ଼ି ଆତ୍ମହତ୍ୟା କରିଛନ୍ତି । ପ୍ରାରମ୍ଭିକ ତଦନ୍ତ ଏବଂ ପରିବାର ସଦସ୍ୟଙ୍କ ବୟାନରୁ ଜଣାପଡିଛି ଯେ ଏହି ମା ମାମଲା ଏକ କୋରିଆନ୍ ଗେମ୍ ସହିତ ଜଡିତ, ଯାହା କିଛି ବର୍ଷ ପୂର୍ବେ ଆତଙ୍କ ସୃଷ୍ଟି କରିଥିବା “ବ୍ଲୁ ହେଲ୍ ଚ୍ୟାଲେଞ୍ଜ”ର ସ୍ମୃତିକୁ ଫେରାଇ ଆଣେ।

ପୋଲିସର ସୂଚନା ଅନୁଯାୟୀ, ଗା ଗାଜିଆବାଦର ଲୋନି ଅଞ୍ଚଳରେ ରହୁଥ‌ିବା ତିନି ଭଉଣୀ ରାତିରେ ଆତ୍ମହତ୍ୟା କରିଥିଲେ। ସେମାନେ ଭାରତ ସିଟି ସୋସାଇଟିର ବି-୧ ଟାୱାରର ୯୦୭ ନମ୍ବର ଫ୍ଲାଟରେ ରହୁଥିଲେ । ଗୋଟିଏ ପରେ ଗୋଟିଏ ସେମାନେ ୯ମ ମହଲାରୁ । ଡେଇଁ ପଡ଼ିଥିଲେ । ଘରୁ ମିଳିଥିବା ଇଲେକ୍ଟ୍ରୋନିକ୍ ପ୍ରମାଣ ଏବଂ ମୋବାଇଲ୍ ସର୍ଚ ହିଷ୍ଟ୍ରିରୁ ଜଣାପଡିଛି ଯେ ତିନି ଭଉଣୀ କିଛି ସମୟ ଧରି ଏକ ଅନଲାଇନ୍ ଗେମିଂ ପ୍ଲାଟଫର୍ମରେ ସକ୍ରିୟ ଥିଲେ ।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, କୋଭିଡ-୧୯ ମହାମାରୀ ପରଠାରୁ ତିନି ଭଉଣୀ “କୋରିଆନ୍ ଲଭର୍ ଗେମ୍” ନାମକ ଏକ ଅନଲାଇନ୍ ଟାସ୍କ-ଭିଭିକ ଖେଳରେ ନିଶାଗ୍ରସ୍ତ ଥିଲେ । ପରିବାର ପକ୍ଷରୁ କୁହାଯାଇଛି ଯେ ଏହି ଖେଳ ଖେଳିବା ସେମାନଙ୍କ ପାଠପଢ଼ା ଏବଂ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି, ତେଣୁ ସେମାନଙ୍କୁ ବନ୍ଦ ନ କରିବାକୁ ବାରମ୍ଵାର ଚେତାବନୀ ଦିଆଯାଇଥିଲା । ତଥାପି, ସେମାନେ ମନା କରିଦେଇଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ ଗତ କିଛି ସପ୍ତାହ ଧରି, ତିନି ଭଉଣୀ ନିଜ ନିଜ କୋଠରୀରେ ନିଜକୁ ବନ୍ଦ କରି ଘଣ୍ଟା ଘଣ୍ଟା ଫୋନରେ ବିତାଇବା ଆରମ୍ଭ କରିଥିଲେ । ସେମାନେ ଖେଳ ବିଷୟରେ କାହା ସହିତ କଥା ହେଉନଥିଲେ ବଂ ପ୍ରାୟତଃ ସାରା ରାତି ଜାଗି ରହୁଥିଲେ ।

ଗାଜିଆବାଦ ପୋଲିସ ତିନି ଜଣଙ୍କ ମୋ ମାବାଇଲ ଫୋନକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଇଛି। ସାଇବର ବିଶେଷଜ୍ଞମାନେ ଖେଳ ଖେଳାଯାଉଥ‌ିବା ନିର୍ଦ୍ଦିଷ୍ଟ ଆପ୍ କିମ୍ବା ଲିଙ୍କ୍ ଖୋଜୁଛନ୍ତି । ପୋଲିସ ଏହା ମଧ୍ଯ ତଦନ୍ତ କରୁଛି ଯେ କୌଣସି ବାହାର ବ୍ୟକ୍ତି ନିଜକୁ “ଆଡମିନ୍” ଭାବରେ ପରିଚୟ ଦେଇ ନିର୍ଦ୍ଦେଶ ଦେଉଥିଲେ କି ନାହିଁ ।

Related posts

ନୂଆବର୍ଷ ପାଇଁ ବାଙ୍କେ ବିହାରୀ ମନ୍ଦିର ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଆଡଭାଇଜରୀ

mahabharatanews

(CRPF) କନଷ୍ଟେବଲ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି…

mahabharatanews

ଯଦି ଆପଣଙ୍କର ଚାରୋଟି ସନ୍ତାନ ଅଛି, ତେବେ ଗୋଟିଏ ଆରଏସଏସକୁ ଦିଅନ୍ତୁ…

mahabharatanews