Uncategorized

ଜାଫରାବାଦ ବିକ୍ଷୋଭକୁ ମିଳୁଛି ରାଜନୈତିକ ପ୍ରୋତ୍ସାହନ: ମନୋଜ ତିୱାରୀ

(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଲାଗି ରହିଛି । ତେବେ ରାଜଧାନୀ ଦିଲ୍ଲୀରେ ଶାହିନବାଗ ପରେ ଏବେ ଜାଫରାବାଦରେ ଲୋକେ ଏହି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ମତ ରଖିଛନ୍ତି । ଜାଫରାବାଦ ବିକ୍ଷୋଭକୁ ରାଜନୈତିକ ପ୍ରୋତ୍ସାହନ ମିଳୁଥିବା ସେ କହିଛନ୍ତି । ସିଏଏ ବିରୋଧୀ ଆନ୍ଦୋଳନକାରୀମାନେ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୁଅନ୍ତୁ ନାହିଁ । ନଚେତ ଆଗାମୀ ଦିନରେ ନ୍ୟାୟିକ ସମସ୍ୟାର ସମ୍ୁଖୀନ ହେବାକୁ ପଡିପାରେ ବୋଲି ସେ କହିଛନ୍ତି । ସିଏଏ ବିରୋଧୀ ଆନ୍ଦୋଳନ ବିଜେପି ଶାସିତ ରାଜ୍ୟ ଗୁଡିକରେ ହିଁ ହେଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ । ତେବେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ଉଦ୍ଧବ ଏଥିପାଇଁ ବ୍ୟସ୍ତ ହେବା ଠିକ୍ ନୁହେଁ ବୋଲି ଦିଲ୍ଲୀ ବିଜେପି ମୁଖ୍ୟ କହିଛନ୍ତି ।

Related posts

ଦେଶରେ ଦିନକରେ ୬୦ ହଜାର ୯୭୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

୭୫ ଟଙ୍କିଆ କଏନ ଉନ୍ମୋଚିତ କଲେ ଧାନମନ୍ତ୍ରୀ

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews