ଓଡିଶା

ଜାଲ ଦସ୍ତଖତରେ ଟଙ୍କା ଉଠାଇ ମ୍ୟାନେଜେରଙ୍କ ସମେତ 3 ବ୍ୟାଙ୍କ କର୍ମଚାରୀ କୋର୍ଟ ଚାଲାଣ

(ମହାଭାରତ, ସମ୍ବଲପୁର): ବିଡିଓଙ୍କ ଦସ୍ତଖତକୁ ଜାଲ କରି ବାର୍ଦ୍ଧକ୍ୟ ଭତ୍ତା ବାବଦରେ ସମ୍ବଲପୁର ବୋମାଲୋଇ ଆଇସିଆଇସିଆଇ ବ୍ୟାଙ୍କ ଶାଖାର ମ୍ୟାନେଜର ଓ ଅନ୍ୟ ୨ ଜଣ ବ୍ୟାଙ୍କ କର୍ମଚାରୀ ଲକ୍ଷାଧିକ ଟଙ୍କା ଉଠାଇଥିବା ଘଟଣା ସାମ୍ନାକୁ ଆସିଛି । ଜାଲ ଦସ୍ତଖତ ହୋଇଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଅଭିଯୋଗ ମୁତାବକ, ରେଙ୍ଗାଲି ବ୍ଲକର ପୂର୍ବତନ ବିଡିଓଙ୍କ ଦସ୍ତଖତକୁ ନକଲ କରି ସେଲ୍ଫ ଚେକ ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଅନିର୍ବାଣ ଦେବ, କ୍ୟାସିଅର ସୁଧୀର କୁମାର ମେହେର ଓ ପୂର୍ବତନ କ୍ୟାସିଅର ତଥା ବର୍ତ୍ତମାନ ବନ୍ଧନ ବ୍ୟାଙ୍କ ରାଇରଙ୍ଗପୁର ଶାଖାର କ୍ୟାସିଅର ପ୍ରବୀଣ ଭାରତୀ ବ୍ଲକର ପେନସନ ଆକାଉଣ୍ଟରୁ ୧୨ ଲକ୍ଷ ୪୭ ହଜାର ୫୨୦ ଟଙ୍କା ଉଠାଇ ନେଇଥିଲେ । ଏନେଇ ବ୍ଲକ କର୍ତ୍ତୃପକ୍ଷ ଟେର ପାଇନଥିଲେ । ପରେ ଅର୍ଥାତ ଡିସେମ୍ବର ୨୩ ତାରିଖରେ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ବୋମାଲୋଇ ଆଇସିଆଇସିଆଇ ଶାଖାରେ ଜମା ଥିବା ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା ।

ରେଙ୍ଗାଲି ବ୍ଲକର ବର୍ତ୍ତମାନର ବିଡିଓ ଏ ବିଷୟରେ ଜାଣିପାରି ଠେଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related posts

ହିତାଧିକାରୀଙ୍କୁ ଚୂନ ଲଗାଇଛି ବିଭାଗ

mahabharatanews

ତିନିରଥ ନିର୍ମାଣ ପାଇଁ ୧୨୦ ପ୍ରକାର କଣ୍ଟା ଓ ଲୁହା ସାମଗ୍ରୀ ତିଆରି

mahabharatanews

ସରକାରୀ ଯୋଜନା ଠାରୁ ଦୂରରେ ତୁର୍କା ଗ୍ରାମବାସୀ

mahabharatanews