ଅପରାଧଓଡିଶା

ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଛି ‘ଅପରେସନ ସାଇବର କବଚ’

ରାଜ୍ୟରେ ସାଇବର ଅପରାଧୀ ସବାଡ଼ ହେଉଛନ୍ତି । ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଥିବା ସ୍ଵତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ରେ ଉଲ୍ଲେଖନୀୟ ସଫଳତା ମିଳିଛି । ସାଇବର ଅପରାଧ ଘଟଣାରେ ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଯେଉଁଥିରେ ସାଇବର ଠକେଇର ମୂଳ ଆଧାର ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଓ ନକଲି ସିମ୍ ନେଟୱର୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏନେଇ ମଙ୍ଗଳବାର ପୋଲିସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମଗ୍ର ରାଜ୍ୟରେ‘ଅପରେସନ ସାଇବର କବଚ’ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ୩୯,୭୧୪ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି । ୧୩୧୫ଟି ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ, ୩୬ଟି ଏଟିଏମ୍ ଟଙ୍କା ଉଠାଣ ସମ୍ପର୍କିତ, ୪୭ଟି ଚେକ୍ ଟଙ୍କା ଉଠାଣ ସମ୍ପର୍କିତ, ୨୪ଟି ନକଲି ସିମ୍ଯାଞ୍ଚ କରାଯାଇଛି । ଏହା ସହ ୩୭୯ଜଣ ଅଭିଯୁକ୍ତଙ୍କୁ (୩୪୯ଜଣ ବ୍ୟକ୍ତିଙ୍କୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ, ୯ଜଣ ନକଲି ସିମ, ୩ଜଣ ଏଟିଏମ ଟଙ୍କା ଉଠାଣ ସଂକ୍ରାନ୍ତିୟ, ୧୮ଜଣ ଚେକ୍ ଟଙ୍କା ଉଠାଣ ସମ୍ପର୍କିତ) ଙ୍କୁ ଗିରଫ କରାଯାଇଛି।୭୫୪୯ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସହାୟକଙ୍କୁ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।

Related posts

 ରାଜ୍ୟରେ ୪ ଯାଏଁ ବର୍ଷା ସମ୍ଭାବନା  

mahabharatanews

ବୁଡ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼  

mahabharatanews

ଚନ୍ଦ୍ରଭାଗାରେ ବିଚିତ୍ର ଫାଉଣ୍ଡେସନର ସଫେଇ କାର୍ଯ୍ୟକ୍ରମ

mahabharatanews