Uncategorized

ଜେଏନୟୁ କୁଳପତିଙ୍କ ଇସ୍ତଫା ଦେବା ଜରୁରୀ: ରମେଶ

ନୂଆଦିଲ୍ଲୀ: ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ବିଗତ କିଛି ଦିନ ଧରି ଦେଖାଦେଇଥିବା ହିଂସା ଘଟଣ।।ରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମାନବ ସଂସାଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଦାୟୀ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି । ଏହି ହିଂସାରେ ସମ୍ପୃକ୍ତ ଲୋକଙ୍କମୁ ଗିରଫ କରାଯିବା ଦରକାର ଓ କୁଳପତି ଏମ ଜଗଦୀଶ କୁମାରଙ୍କୁ ତକ୍ରାଳ ବହିଷ୍କାର ପଦରୁ ହଟାଇବାକୁ ଦାବି କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ଜେଏନୟୁର ଏହି ଘଟଣା ପଛରେ ମାନବ ସଂସ।।ଧନ ବିକାଶ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଦୁହେଁ ସାମିଲ ଅଛନ୍ତି । ଏହା ଅଧିକାରିକସ୍ତରରେ ଏକ ପ୍ରାୟୋଜିତ ଗୁଣ୍ଡାରାଜ ଥିଲା । ୭୨ ଘଣ୍ଟା ବିତିଯାଇଥିଲେ ମଧ୍ୟ କାହାରିକୁ ଗିରଫ କରାଯାଇ ନାହିଁ । ଯେଉଁମାନଙ୍କ ଚିହ୍ନଟ ହୋଇଯାଇଛି, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ଦାବି କରୁଛି ।ଏହା ବ୍ୟତୀତ ଏହି କୂଳପତିଙ୍କ ଉପସ୍ଥିତିରେ ଜେଏନୟୁ ପରିସରରେ ସ୍ଥିତି ସାମାନ୍ୟ ହେବ ନାହିଁ । ତେଣୁ ତାଙ୍କୁ ପଦରୁ ହଟାଇବା ଆବଶ୍ୟକ ବୋଲି ରମେଶ କହିଛନ୍ତି ।

Related posts

ସେନାଙ୍କ ଗାଡି ଦୁର୍ଘଟଣା, ୨ ଯବାନ ମୃତ

mahabharatanews

ଓରିଓ ମିଲ୍କ ସେକ

mahabharatanews

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

mahabharatanews