Uncategorized

ଜେଏନୟୁ ହିଂସ।: ୯ ସନ୍ଦିଗ୍ଧଙ୍କ ଚିହ୍ନଟ

ନୂଆଦିଲ୍ଲୀ: ଜାନୁଆରୀ ୫ ତାରିଖରେ ହୋଇଥିବା ଜେଏନୟୁ ଆକ୍ରମଣ ଦିନ ବାମ ଦଳ ବିରୋଧରେ କ୍ୟାମ୍ପେନ ଆରମ୍ଭ କରିବାକୁ ହୋଇଥିବା ଏକ ୱାଟ୍ସଆପ ଗ୍ରୁପର ୩୭ ଜଣଙ୍କୁ ସ୍ୱତନ୍ତ୍ର ଯାଞ୍ଚ ଟିମ (ଏସଆଇଟି) ଚିହ୍ନଟ କରିଛି । ଏହି ଗ୍ରୁପରେ ମୋଟ ୬୦ ଜଣ ସଦସ୍ୟ ଅଛନ୍ତି ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଜେଏନୟୁ ପରିସୀମାରେ ଘଟିଥିବା ଆକ୍ରମଣ ଘଟଣା ଦିନ ବାମ ଦଳ ବିରୋଧରେ ଏକ ୱାଟ୍ସଆପ ଗ୍ରୁପ ଗଠନ କରାଯାଇଥିଲା, ଯାହାର ନାମ ୟୁନିଟି ଏଗେନେଷ୍ଟ ଲେପ୍ଟ ।

ଶୁକ୍ରବାର ଦିନ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚର ତଦନ୍ତ ସମୟରେ ଜେଏନୟୁ ଆକ୍ରମଣ ଘଟଣାରେ ୯ ଜଣଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଫଟୋ ଜାରି କରିଥିଲା, ସେମାନଙ୍କ ମଧ୍ୟରେ ଜେଏନୟୁର ସଭାପତି ଐଶୀ ଘୋଷ ସାମିଲ ଅଛନ୍ତି । ଏହି ଚିହ୍ନଟ ଅପରାଧିଙ୍କ ମଧ୍ୟରେ ଝୁନଝୁନ କୁମାର, ପଙ୍କଜ ମିଶ୍ରା, ଐଶୀ ଘୋଷ, ଓସକାର ବିଜୟ, ସୁଚେତା ତାଲୁକରାଜ, ପ୍ରିୟ ରଞ୍ଜନ, ଡୋଲାନ ସାବନ୍ତ, ଯୋଗେନ୍ଦ୍ର ଭରଦ୍ୱାଜ, ବିକାଶ ପଟେଲ ଥିବା ଏସଆଇଟିର ଡିସିପି ଜୟ ତିର୍କୀ ସୂଚନା ଦେଇଛନ୍ତି ।

Related posts

ସିଏଏ ହିଂସା: ଲୋକଙ୍କଠୁ ୮୮ କୋଟି ଭରଣା କରିବ ରେଳବାଇ

mahabharatanews

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

mahabharatanews

କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews