(ଦିଲ୍ଲୀ): ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଗ୍ରୀନ୍ ୭.୫ କ୍ୟାରେଟର ଡାଇମଣ୍ଡ (ହୀରା) ଉପହାର ଭାବେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ‘ଫାଷ୍ଟ୍ ଲେଡି’ ଜିଲ୍ ବାଇଡେନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଆମେରିକାର ହ୍ବାଇଟ୍ ହାଉସକୁ ମୋଦିଙ୍କୁ ପାଛୋଟି ନେଇଥିଲେ ରାଷ୍ଟ୍ରପତି ଦମ୍ପତ୍ତି । ସ୍ୱାଗତ ସମ୍ୱର୍ଦ୍ଧନା ପରେ ଦୁଇ ନେତା ପରସ୍ପରକୁ ଉପହାର ଦେଇଛନ୍ତି ।
ସୂଚନାନୁଯାୟୀ , କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ଛୋଟ ପେଡିରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜୋ ବାଇଡେନଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି ।