ଭୁବନେଶ୍ୱର: ଶଙ୍ଖ ଭବନରେ ଝାରସୁଗୁଡା ଉପ ନିର୍ବାଚନର ବିଜୟ ଉତ୍ସବ ପାଳନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଭିଭାଷଣ । ଝାରସୁଗୁଡା ଉପ ନିର୍ବାଚନରେ ବିଜେଡିକୁ ବହୁତ ବିଜୟ ପାଇଁ ମୋର ଅଭିନନ୍ଦନ । ଏ ବିଜୟ ଝାରସୁଗୁଡା ବାସୀଙ୍କ ଏବଂ ମହିଳା ଶକ୍ତିଙ୍କ ପାଇଁ । ଝାରସୁଗୁଡା ବିକାଶ ପାଇଁ ବିଜେଡି ତାର ଉଦ୍ୟମ ଜୋରଦାର କରିବ । ନବ ବାବୁଙ୍କ ବିକାଶ କାର୍ୟ୍ୟ ଆହୁରି ଆଗକୁ ନିଆଯିବ । ବିରୋଧୀ ଦଳ ଆମ ମା ମାନଙ୍କୁ ଅସମ୍ମାନ କରିଥିଲେ ପଦ୍ମପୁର ହେଉ ବା ଝାରସୁଗୁଡ଼ା ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି । ପ୍ରତ୍ୟେକ ଉପ ନିର୍ବାଚନ ରେ ମିଶନ ଶକ୍ତି ର ନେତ୍ରୀ ଓ ମା ମାନଙ୍କୁ କ୍ରିଟିସାଇଜ କରୁଛନ୍ତି ବିରୋଧୀ । ମା ମାନଙ୍କ ପ୍ରତି ଏଭଳି ମନ୍ତବ୍ୟ କୁ କେବେ ବରଦାସ୍ତ କରିନାହାନ୍ତି ଓଡ଼ିଶାର ମହିଳା ମାନେ । ବିରୋଧୀ ଦଳ ମା ମାନଙ୍କ ବିକାଶ କୁ ବିରୋଧୀ କରିଆସିଛନ୍ତି ସେଥିପାଇଁ ଓଡ଼ିଶା ବାସି ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆସନ୍ତୁ ସମସ୍ତେ ମିଳିମିଶି ଓଡ଼ିଶା ପାଇଁ କାମ କରିବା । ଓଡ଼ିଶାରେ ଡବଲ ଇଂଜିନ ସରକାର ଦରକାର ନାହିଁ, ପ୍ରୋ ପିପୁଲ ଓ ଭଲ ସରକାର ଦରକାର ଯେଉଁଟାକି ବିଜେଡି ସରକାର ଦେଉଛି । ଏ ଖରା, ଗରମରେ, ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ, ସମ୍ମାନ ଜଣାଉଛି। ମୁଁ ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ, ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ। ପ୍ରତ୍ୟେକ ଉପ ନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତୃଣମୂଳ ସ୍ତରରେ କାମ କରୁଥିବା ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଆମର ଝିଅ ମାନେ ଆମର ଗର୍ବ । ବିଜୁ ଜନତା ଦଳ ସବୁବେଳେ, Public Lifeରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି ।ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ Platform Misson Sakti ଯୋଗାଇ ଦେଇଛି । ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି, Mission Shakti, ସେମାନଙ୍କୁ ସଶକ୍ତ କରିଛି । Mission Shakti, ଏ Ideologyରେ, ବିଶ୍ବାସ କରେ । ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି। ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି ।
previous post