ଓଡିଶା

ଭୁବନେଶ୍ୱରରୁ ୧୭ ଜଣ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୧୭ ଜଣ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଂଚଳର ବ୍ୟକ୍ତି। ସେହିଭଳି ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ହୋଇଥିବା ବେଳେ ୪ ଜଣ ହେଉଛନ୍ତି ମହିଳା।
ରେଳବାଇରେ କାର୍ୟ୍ୟରତ ୭ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ତିନି ଆକ୍ରାନ୍ତଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ଅନ୍ୟମାନଙ୍କ ବୟସ ଯଥାକ୍ରମେ ୪୦, ୩୧, ୪୦ ଓ ୩୫ ବର୍ଷ ଥିବା ସୂଚନା ଦିଆଯାଇଛି। ଏମାନେ ନିକଟରେ ଦିଲ୍ଲୀରୁ ଫେରିଥିଲେ। ସେହିପରି ଭୁବନେଶ୍ବର ଏୟାରପୋର୍ଟ ନିକଟ ଭୀମପୁର ଅଂଚଳରୁ ୩୪ ବର୍ଷିଅ ପୁରୁଷ ଓ ୬୨ ବର୍ଷୀୟ ମହିଳା ଚିହ୍ନଟ ହୋଇଛନ୍ତି । ଏମାନେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଡୁମଡୁମା ହାଉସିଂ ବୋର୍ଡ କଲୋନିରୁ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ ଦିଲ୍ଲୀରୁ ଫେରିଥିବା ୨୫ ବର୍ଷୀୟ ପୁରୁଷ ଓ ୨୪ ବର୍ଷୀୟ ମହିଳା । ସେମାନେ ଦିଲ୍ଲୀରୁ ଫେରି ସଂଗରୋଧରେ ରହୁଥିଲେ। ନୟାପଲ୍ଲୀ ସବର ସାହିରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଜଣେ ୨୦ ବର୍ଷୀୟ ମହିଳା ଓ ଜଣେ ୧୫ ବର୍ଷୀୟ ବାଳକ । ଉଭୟ ନିକଟରେ ଦିଲ୍ଲୀରୁ ଫେରିଥିଲେ। ୧୭ ଜଣ ନୂଆ କରୋନା ପଜିଟିଭଙ୍କ ମଧ୍ୟରୁ ତିନି ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ସେମଧ୍ୟରେ ପୁରୀ କେନାଲ ରୋଡସ୍ଥିତ ନହରକଣ୍ଟାର ୨୭ ବର୍ଷୀୟ ପୁରୁଷ , ସ୍ଥାନୀୟ ସରକାରୀ ହସ୍‌ପିଟାଲର କର୍ମଚାରୀ ୩୨ ବର୍ଷୀୟ ପୁରୁଷ ଏବଂ ଜୟଦେବ ବିହାର ନିକଟ ସରଣାପଲ୍ଲୀ ଅଂଚଳରେ ରହୁଥିବା ଜଣେ ୩୭ ବର୍ଷୀୟା ମହିଳା ରହିଛନ୍ତି।

Related posts

ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ADC ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅନନ୍ୟା ଅବସ୍ଥୀ

mahabharatanews

ଦୁଇଟି ନୂଆ ବିଲ୍ଡିଂର ହେଲା ଉଦଘାଟନ

mahabharatanews

କଟକ ଚାନ୍ଦବାଲି ରାସ୍ତାରେ ସଡ଼କ ଦୁର୍ଘଟଣା

mahabharatanews