(ମହାଭାରତ, ବୋରିଗୁମ୍ମା): କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ହ୍ରଦୁଲି ଛକ ନିକଟରେ ଏକ ଅଘଟଣ ଘଟିଛି । ଏଠାରେ ଏକ ବାଇକ୍କୁ ଗୋଟିଏ ଟିପ୍ପର ଧକ୍କା ଦେବା ଫଳରେ ତିନି ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକମାନେ ଜଗଦଲପୁର ଅନ୍ତର୍ଗତ ମାଡପାଲ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ଏକ ବିବାହ ଭୋଜିରେ ଯୋଗ ଦେଇ ଯୁବକମାନେ ଗୋଟିଏ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ହ୍ରଦୁଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟିପ୍ପର ସହ ବାଇକର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତିନି ଯୁବକ ପ୍ରାଣ ହରାଇଥିଲେ । ଖବର ପାଇ ବୋରିଗୁମ୍ମା ପୋଲିସ ସେମାନଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ଗୁଡିକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛିି । ଅନ୍ୟପଟେ ଦୁର୍ଘଗ୍ରସ୍ତ ଟିପ୍ର ଓ ବାଇକକୁ ପୋଲିସ ଜବତ କରିଛି ।
previous post
next post