ଓଡିଶା

ଟ୍ରକ୍ ଦୂର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

(ମହାଭାରତ, କେଉଁଝର): କେଉଁଝର ଟାଉନ ଥାନା ଅନ୍ତର୍ଗତ ଶିରିଶପାଳ ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୋମବାର ସକାଳେ ଏଠାରେ ଏକ ଟ୍ରକ୍ ପୂର୍ବରୁ ଛିଡା ହୋଇଥିଲା । ଏହି ସମୟରେ ଆଉ ଏକ ଟ୍ରକ୍ ଦ୍ରୁତଗତିରେ ଆସି ଛିଡା ହୋଇଥିବା ଗାଡିଟିକୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ପରିଚୟ ଏଯାଏ ମିଳିନାହିଁ । ସୂଚନା ଅନୁଯାୟୀ, ସୋମବାର ସକାଳେ ଏକ ଟ୍ରକ୍ ଖରାପ ହୋଇ ଜାତୀୟ ରାଜପଥ ବାଇପାସର ଡାହାଣ ପାଶ୍ୱର୍ରେ ଛିଡା ହୋଇଥିଲା । ଏହି ସମୟରେ ପଛପଟୁ ଅନ୍ୟ ଏକ ଟ୍ରକଟିଏ ଦ୍ରୁତଗତିରେ ଆସି ଉକ୍ତ ଟ୍ରକ ପଛରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା । ତେବେ ଖରାପ ହୋଇ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ ଭିତରେ କେହି ନଥିବା ଜଣାପଡିଛି । ଦୂର୍ଘଟଣା ବିଷୟରେ ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ଟ୍ରକଟିର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାଯାଇଛି ।

Related posts

ବନ୍ୟା ଆଶଙ୍କା;  ବିପଦ ସଙ୍କେତରେ ଜଳକା ନଦୀ

mahabharatanews

ଆଜି ହୋଇପାରେ ଶୁଣାଣି : ଫ୍ୟାମିଲି କୋର୍ଟରେ ପହଞ୍ଚିବେ ବର୍ଷା ଅନୁଭବ

mahabharatanews

ସୋମବାର, ଗୁରୁବାର ଓ ଶନିବାର ରାଜ୍ୟରେ ଟୀକାଦାନ ହେବ

mahabharatanews

Leave a Comment