ଓଡିଶା

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଶହୀଦ ମିନାର ନିକଟରେ ରବିବାର ଏକ ମର୍ମନ୍ୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ପାପଡାହାଣ୍ଡିରୁ ଘରକୁ ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ନବରଙ୍ଗପୁର ଅନ୍ତର୍ଗତ ବଡକୁମୁଲି ଗାଁର ଦୁର୍ଯ୍ୟୋଧନ ଗୌଡ ବୋଲି ଜଣାଯାଇଛି । ଆହତ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ପାପଡାହାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Related posts

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୬୭ ନୂତନ ସଂକ୍ରମିତ ଚିହ୍ନଟ

mahabharatanews

ଶିଶୁଭବନରେ କରୋନା ଚିହ୍ନଟ ପରେ ଆଉଟଡୋର ବନ୍ଦ

mahabharatanews