ଓଡିଶା

16 ତମ ଜାତୀୟ ମତଦାତା ଦିବସ -2026 ଅନୁଷ୍ଠିତ ହୋଇ ଯାଇଛି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ହାଇସ୍କୁଲ ଛକ ଠାରେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସବୁଜ ପତାକା ଦେଖାଇ ଏକ ରାଲିର ଶୁଭାରମ୍ଭ କରିଥିଲେ। ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଜନ ସାଧାରଣଙ୍କୁ ସଚେତନ କରାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅର୍ବାନ୍ ବ୍ୟାଙ୍କ ପଡ଼ିଆ ପରିସରରେ ପହଞ୍ଚି ଥିଲେ। ଏହି ଦିବସ ଉପଲକ୍ଷେ ଏକ ଦସ୍ତଖତ ଅଭିଯାନ ହୋଇ ଥିଲା। ପରେ 16 ତମ ଜାତୀୟ ମତଦାତା ଦିବସ 2026 ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଫାଲଗୁନ ମାଝୀ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଡେପୁଟି କଲେକ୍ଟର  ମନୋଜ ପଟ୍ଟନାୟକ, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡେପୁଟି କଲେକ୍ଟର ମଧୁସ୍ମିତା ମାଝୀ  ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ମଞ୍ଚାସିନ ଅତିଥି ମାନେ ଏହି ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ।ଶପଥ ପାଠ କରା ଯାଇଥିଲା।ଆଜିର ଥିମ ରହିଛି ମତ ଦାନ ଅଟେ ଅତୁଳନୀୟ  ନିର୍ବାଚନ ବେଳେ ଆମ ମତଦାନ ହେବ ନିଶ୍ଚୟ । ଭୋଟର ଦିବସ ଉପରେ କୁଇଜ ପ୍ରତିଯୋଗିତା ହୋଇଥିଲା।ସ୍କୁଲ ଓ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ ଥିଲା ସେଥିରେ କୃତି ପ୍ରତିଯୋଗୀ ମାନଙ୍କୁ  ପୁରସ୍କୃତ କରାଯାଇଥିଲା।ନୂତନ ଭୋଟର (18 ବର୍ଷର)   ଛାତ୍ରଛାତ୍ରୀମାନଙ୍କୁ ନୂତନ ଭୋଟ କାର୍ଡ ପ୍ରଦାନ କରାଯାଇଥିଲା। ସଂ।ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts

ଜାଡ଼ ବଦଳରେ ଉପରମୁହାଁ ପାରଦ

mahabharatanews

୫୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ନିଶ୍ୱାସ

mahabharatanews

କରୋନା ପାଇଁ ସଂଘର୍ଷ ଜାରି ରଖିଛି ହିଂଜିଳି ପୋଲିସ

mahabharatanews