Uncategorized

ଟ୍ରମ୍ପଙ୍କ ସ୍ୱାଗତ ପାଇଁ ବେଙ୍ଗାଲୁରୁରେ ଉଡିଲା ବିଶାଳ ଗୁଡି

(ବେଙ୍ଗାଲୁରୁ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି ଭାରତ ଆସୁଛନ୍ତି । ତାଙ୍କର ସ୍ୱାଗତ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଛି । ତେବେ ଏହା ମଧ୍ୟରେ ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ଜଣେ ଗୁଡି କାରିଗର ଏକ ବିଶାଳ ଗୁଡି ବେଙ୍ଗାଲୁରୁ ଠାରେ ଉଡାଇଛନ୍ତି । ଏହି ଗୁଡିର ଲମ୍ବ ପ୍ରାୟ ୧୫ ଫୁଟ ବୋଲି ଜଣାଯାଇଛି । ଏଥିରେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଫଟୋ ରହିଛି । ଗୁଡିରେ ନମସ୍ତେ ଟ୍ରମ୍ପ, ଭାରତକୁ ସ୍ୱାଗତମ ବୋଲି ବାର୍ତ୍ତା ଦିଆଯାଇଛି । କର୍ଣ୍ଣାଟକର ଭିକେ ରାଓ ନାମକ ଜଣେ ଗୁଡି କାରିଗର ଏହି ଗୁଡିକୁ ତିଆରି କରିଛନ୍ତି । ତେବେ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବା ପାଇଁ କିଛି ସ୍ୱତନ୍ତ୍ର ଗୁଡି ତିଆରି ହୋଇଛି ବୋଲି ରାଓ କହିଛନ୍ତି । ତାଙ୍କ ପୂର୍ବରୁ ଅମ୍ରିତଶରର ଜଣେ ଗୁଡି କାରିଗର ଗୁଡି ଉଡାଇ ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଥିଲେ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଏହି ଅବସରେ ସେ ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ‘ନମସ୍ତେ ଟ୍ରମ୍ପ’ରେ ଯୋଗ ଦେବେ ।

Related posts

ଏହି ୫ଟି ଗଛ ଋଣରୁ ଦେବ ମୁକ୍ତି

mahabharatanews

୪ ପୁଲିସ କର୍ମକର୍ତ୍ତା ରାଷ୍ଟ୍ରପତି ପିଏମଜି ପୁରସ୍କାର ପାଇଁ ମନୋନୀତ

mahabharatanews

କରୋନା ଔଷଧ ତିଆରି କଲା ଥାଇଲାଣ୍ଡ

mahabharatanews