ଜଳେଶ୍ୱର: ରୋଗୀଙ୍କ ସମ୍ପର୍କୀୟଙ୍କ ଉପରେ ଡାକ୍ତରଙ୍କ ଦବଙ୍ଗ ଗିରି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରଣ କ୍ଷେତ୍ର । ପ୍ରତିବାଦରେ ଉକ୍ତ ଡାକ୍ତରଙ୍କ ବଦଳି ଦାବିରେ ଶତାଧିକ ଲୋକେ ମୁଖ୍ୟ ଫାଟକ ରେ ତାଲା ପକାଇ ବା ସହିତ ରାସ୍ତାରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଭୋଗରାଇ ଗାଁର ମନୋଜ ଭଂଜ ନିଜ ଛୋଟ ଝିଅକୁ ଭୋଗରାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଏହି ସମୟରେ କୌଣସି କାରଣ ବଶତଃ ଡ଼ାକ୍ତର ଚିନ୍ମୟ ପରିଡ଼ା ରୋଗୀର ବାପା ଶ୍ରୀଯୁକ୍ତ ଭଞ୍ଜକୁ ମାଡ଼ ମାରିଥିଲେ । ଏହାର ପ୍ରତିବାଦରେ ଡାକ୍ତର ଖାନାରେ ଉପସ୍ଥିତ ଥିବା ରୋଗୀ ଓ ସମ୍ପର୍କୀୟମାନେ ଊତ୍ତ୍ୟେଜିତ ହୋଇ ଡାକ୍ତର ଖାନା ଫାଟକରେ ତାଲା ପକାଇବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ନରେନ୍ଦ୍ର ଦାଶ୍ ଓ ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ ଓ ଭୋଗରାଇ ସରପଞ୍ଚ ପ୍ରବୀର ଗିରି ପ୍ରମୁଖ ପହଁଚି ଉତ୍ୟକ୍ତ ଲୋକଂକୁ ବୁଝା ସୁଝା କରିଥିଲେ ମଧ୍ୟ ପରିସ୍ଥିତି ଅଣାୟତ ରହିଥିଲା । ଉତ୍ୟକ୍ତ ଲୋକ ମାନେ ପୋଲିସ ସହିତ ଅତିରିକ୍ତ ତହସିଦାରଙ୍କୁ ବେଶ କିଛି ସମୟ ଅଟକ ରଖିଥିଲେ । ତେବେ ଅତିରିକ୍ତ ତହସିଲ ଦାରଙ୍କ ପ୍ରସ୍ତାବ ଅନୁଯାଇ ଥାନରେ ବସି ସମସ୍ୟାର ମସମାଧାନ ହେବାର ନିଷ୍ପତି ହେବା ପରେ ଲୋକେ ଆନ୍ଦୋଳନରୁ ଅହରି ଥିଲେ । ତେବେ ସାଧାରଣରେ ଡାକ୍ତରଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରାଯାଇଛି ।
previous post
next post