ଓଡିଶା

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଜବାବ ଦେଲେ ପାଣ୍ଡିଆନ

(ଭୁବନେଶ୍ୱର) : ବିଜେଡି ନେତା ଭିକେ ପାଣ୍ଡିଆନ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ, କଣ୍ଟାବାଞ୍ଜି ଓ ପାଟଣାଗଡ଼ରେ ନିର୍ବାଚନୀ ପ୍ରଚାର କରିଛନ୍ତି।ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ କଣ୍ଟାବାଞ୍ଜିରୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ଯଦି ବିରୋଧୀ ନବୀନଙ୍କୁ ସ୍ୱଚ୍ଛ କହୁନାହାନ୍ତି ତେବେ ଏମାନେ ସ୍ୱଚ୍ଛତାର ଅର୍ଥ ଜାଣିନାହାନ୍ତି।

ସୂଚନାନୁଯାୟୀ , ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିରୋଧିଙ୍କୁ କରେଣ୍ଟ ମାରିଲାଣି, ମୁଣ୍ଡ ଖରାପ ହୋଇଗଲାଣି ।ସେମାନେ କହୁଛନ୍ତି, ସୋଲାର ପ୍ୟାନେଲ ବସାଇ ସୂର୍ଯ୍ୟ କିରଣରେ ମାଗଣା ବିଜୁଳି ଦେବେ, ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ, ଦିନରେ ଲଣ୍ଠନ ଦେଖାଉଛନ୍ତି । ମିଛର ସୀମା ରହୁନାହିଁ ବିଜେପିର । ୨୦୧୪ ଓ ୨୦୧୯ରେ ପ୍ରତିଶ୍ରୁତି ଦେଇଥିଲେ ଏମ୍‍.ଏସ୍‍.ପି. ବଢ଼ାଇବେ, ଏଲ୍‍.ପି.ଜି. କମାଇବେ, କିରୋସିନି, ଡିଜେଲ ଓ ପେଟ୍ରୋଲ ଦର କମାଇବେ, କିଛି କମାଇଲେ ନାହିଁ, ଏମାନଙ୍କ ଉପରେ ଭରସା ନାହିଁ । ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍‍ ଇତ୍ୟାଦି ଯୋଜନାରେ ମା’ମାନଙ୍କ ପାଇଁ ଦିଆଯାଇଥିବା ସବୁ ସୁବିଧା ବିଷୟରେ କହିଲେ । ବାବା ହରିଶଙ୍କର ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା, ପାଟଣାଗଡ଼ ବାଇପାସ୍‍ ରାସ୍ତା ପାଇଁ ୧୪୦ କୋଟି ଟଙ୍କା ଏବଂ ପାଟଣାଗଡ଼ର ୯ଟି ପଞ୍ଚାୟତକୁ ପିଇବା ପାଣି ପାଇଁ ୧୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ପାଟଣାଗଡ଼ର ପ୍ରତ୍ୟେକ ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି । ବେଲପଡ଼ାକୁ ଏନ୍‍.ଏସ୍‍.ସି. ମାନ୍ୟତା ମିଳିଛି ।

Related posts

ସଡକ ଦୂର୍ଘଟଣା ରେ ୨ମୃତ

mahabharatanews

ଆଜି ବିଜେଡି କରିବ ପ୍ରାର୍ଥୀ ଘୋଷଣା

mahabharatanews

ରୋଗ ଯନ୍ତ୍ରଣା ସହିନପାରି ବାପଘରେ ନବବଧୂର ଆତ୍ମହତ୍ୟା

mahabharatanews