ରାଜନୀତି

ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱରରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: ଆଜି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସର ବହୁ ନେତା ବିଧାୟକ ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଦିନିକିଆ ଗସ୍ତରେ ବିଭିନ୍ନ ଜିଲ୍ଲାରେ ପିସିସି କମିଟି ଗଠନ ଓ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ।
ରାଜ୍ୟ କଂଗ୍ରେସର କନ୍ଦଳକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚେଲ୍ଲା କୁମାର ।ଦଳରେ ବିଶୃଙ୍ଖଳା ପାଇଁ କୌଣସି ସ୍ଥାନ ନାହିଁ ବୋଲି କୁମାର କହିଛନ୍ତି । ସେ ଆହୁରି କହିଛନ୍ତି, ସେମାନଙ୍କ ପ।।ଇଁ କଂଗ୍ରେସର ଦ୍ୱାର ଖୋଲା, ଯେଉଁମାନେ ଦଳରେ ବିଶୃଙ୍ଖଳିତ ଆଚରଣ କରିବେ ବା ଦଳର ନୀତି ଆଦର୍ଶରେ ଯେଉଁମାନଙ୍କର ବିଶ୍ୱାସ ରହିବ ନାହିଁ । ତାରାପ୍ରସାଦ ବାହିନୀପତି ନିଜଆଡୁ ଭୁଲ ସ୍ବୀକାର କରିଛନ୍ତି । ତେଣୁ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ଚେଲ୍ଲା କୁମାର କହିଛନ୍ତି । ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ କରିବା ସହ ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଚେଲ୍ଲା । ଗୋଟିଏ ଦଳ ଦେଶକୁ ବିକିବାକୁ କାମ କରୁଥିବା ବେଳେ ଅନ୍ୟଟି ରାଜ୍ୟକୁ ବିକୁଛି । କଂଗ୍ରେସ ଆଗାମୀ ଦିନରେ ଦମଦାର କମ୍ ବ୍ୟାକ୍ କରିବା ବୋଲି ଦୃଢୋକ୍ତି ଦେଖାଇଛନ୍ତି ଚେଲ୍ଲା କୁମାର ।

 

Related posts

ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ ବୈଠକରେ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି

mahabharatanews

ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ହାଇକୋର୍ଟଙ୍କ ଶୁଣାଣି

mahabharatanews

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

mahabharatanews