ଭୁବନେଶ୍ୱର: ଆଜି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଁଚିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ କଂଗ୍ରେସର ବହୁ ନେତା ବିଧାୟକ ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଦିନିକିଆ ଗସ୍ତରେ ବିଭିନ୍ନ ଜିଲ୍ଲାରେ ପିସିସି କମିଟି ଗଠନ ଓ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ।
ରାଜ୍ୟ କଂଗ୍ରେସର କନ୍ଦଳକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଚେଲ୍ଲା କୁମାର ।ଦଳରେ ବିଶୃଙ୍ଖଳା ପାଇଁ କୌଣସି ସ୍ଥାନ ନାହିଁ ବୋଲି କୁମାର କହିଛନ୍ତି । ସେ ଆହୁରି କହିଛନ୍ତି, ସେମାନଙ୍କ ପ।।ଇଁ କଂଗ୍ରେସର ଦ୍ୱାର ଖୋଲା, ଯେଉଁମାନେ ଦଳରେ ବିଶୃଙ୍ଖଳିତ ଆଚରଣ କରିବେ ବା ଦଳର ନୀତି ଆଦର୍ଶରେ ଯେଉଁମାନଙ୍କର ବିଶ୍ୱାସ ରହିବ ନାହିଁ । ତାରାପ୍ରସାଦ ବାହିନୀପତି ନିଜଆଡୁ ଭୁଲ ସ୍ବୀକାର କରିଛନ୍ତି । ତେଣୁ କାର୍ୟ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ଚେଲ୍ଲା କୁମାର କହିଛନ୍ତି । ଦଳୀୟ କର୍ମକର୍ତ୍ତାଙ୍କୁ ତାଗିଦ କରିବା ସହ ସେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଚେଲ୍ଲା । ଗୋଟିଏ ଦଳ ଦେଶକୁ ବିକିବାକୁ କାମ କରୁଥିବା ବେଳେ ଅନ୍ୟଟି ରାଜ୍ୟକୁ ବିକୁଛି । କଂଗ୍ରେସ ଆଗାମୀ ଦିନରେ ଦମଦାର କମ୍ ବ୍ୟାକ୍ କରିବା ବୋଲି ଦୃଢୋକ୍ତି ଦେଖାଇଛନ୍ତି ଚେଲ୍ଲା କୁମାର ।