ଓଡିଶାରାଜନୀତି

ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

ଭୁବନେଶ୍ୱର(ହରପ୍ରସାଦ ବିଷୋଇ) :-ପଦ୍ମପୁର ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିସେମ୍ବର ୫ ଭୋଟିଂ ହୋଇ ୮ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ସିଇଓ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ପଦ୍ମପୁର ଉପ ନିର୍ବାଚନ ନେଇ ପ୍ରେସ ରଲିଜ ଜାରୀ ହୋଇଛି । ଆସନ୍ତା ୧୦ ତାରିଖରେ ପ୍ରକାଶ ପାଇବ ଗଜେଟ ନୋଟିଫିକେସନ । ୧୭ ନଭେମ୍ବର ନାମାଙ୍କନର ଶେଷ ଦିନ ଧାର୍ୟ୍ୟ ହୋଇଛି । ୧୮ ତାରିଖରେ ଯାଞ୍ଚ ହୋଇ ୨୧ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଡିସେମ୍ବର ୫ ରେ ଭୋଟିଂ ହୋଇ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଡିସେମ୍ବର ୧୦ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ହୋଇଥିଲା । ଦୀର୍ଘ ୨ ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିବା ବିଜୟଙ୍କର ମୃତ୍ୟୁ ହୋଇଥିଲା । ୬୫ ବର୍ଷ ବୟସରେ ଆଖି ବୁଜିଥିଲେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା ପଦ୍ମପୁରରୁ ୫ ଥର ବିଧାୟକ ଥିଲେ । ୧୯୯୦ ଓ ୧୯୯୫ରେ ସେ ଜନତା ଦଳ ଓ ୨୦୦୦, ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟ ବିଜୟୀ ହୋଇଥିଲେ ।

Related posts

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews

“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

mahabharatanews

ପଲ୍ୟୁସନ୍ ସାର୍ଟିଫିକଟେ୍ ପାଇଁ ଲୋକଙ୍କ ପ୍ରବଳ ଭିଡ

mahabharatanews