Uncategorized

ଦେଶର ପ୍ରଥମ ମଲଟି ମୋଡାଲ ଲଜିଷ୍ଟିକ ପାର୍କର ଶିଳାନ୍ୟାସ 

ନୂଆଦିଲ୍ଲୀ: କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରି ଆଜି ଭର୍ଚ୍ୟୁଆଲ ମିଡିଆରେ ଦେଶର ପ୍ରଥମ ମଲଟି ମୋଡାଲ ଲଜିଷ୍ଟିକ ପାର୍କର ଶୁଭାରମ୍ଭ କରିଛନ୍ତି । ଏହି ପାର୍କଟି ଆସାମର ବୋଙ୍ଗାଇଗାଁ ଜିଲ୍ଲାର ଜୋଗିଗୋପାଠାରେ ହେଉଛି । ଏନେଇ ଗଡକରି ଏକାଧିକ ଟ୍ୱିଟ ମାଧ୍ୟମରେ ମଙ୍ଗଳବାର ସୂଚନା ଦେଇଛନ୍ତି । ଟ୍ୱିଟରେ ଗଡକରି ଉଲ୍ଲେଖ କରିଛନ୍ତି, କେନ୍ଦ୍ର ସରକାର ଭାରତର ଉତ୍ତରପୂର୍ବାଞ୍ଚଳର ସାମାଜିକ ଓ ଅର୍ଥିକ ବିକାଶ ପାଇ ପ୍ରତିଶ୍ରୁତି ବଦ୍ଧ ।
ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଏମଓଏସ ଜେନେରାଲ (ଅବସରପ୍ରାପ୍ତ) ଡ ଭି କେ ସିଂହ, ଏମଓଏସ ଡ, ଜିତେନ୍ଦ୍ର ସିଂ, ରାମେଶ୍ୱର ତେଲି, ବିଧାଗଣ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଦେଶର ପ୍ରଥମ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଥିବା ସେ ଟ୍ୱିଟରେ ଜଣାଇଛନ୍ତି । ଅନ୍ୟଏକ ଟ୍ୱିଟରେ ସେ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଆମେ ଭାରତର ଉତ୍ତର ପୂର୍ବାଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହାକୁ ସେ ହାସଟ୍ୟାଗ କରିଛନ୍ତି ପ୍ରଗତି କା ହାଇୱେ ବା ହାଇୱେ ପ୍ରୋଗ୍ରେସରେ ।
ଅନ୍ୟ ଏକ ଟ୍ୱିଟରେ ଗଡକରି ଉଲ୍ଲେଖ କରିଛନ୍ତି, ୬୯୩.୯୭ କୋଟି ଟଙ୍କାର ଏହି ପାର୍କ ଏହି ଅଞ୍ଚଳର ଲଜିଷ୍ଟିକ ମୂଲ୍ୟ ହ୍ରାସ କରିବା ସହ ବୈଶ୍ୱିକ ସୁବିଧା ଯୋଗାଇ ଦେବ । ଏହା ଭାରତମାଲା ପରିଯୋଜନା ଅଧୀନରେ କାର୍ଯ୍ୟକରିବ । ଅଧିକାରିକ ବୟାନ ଅନୁଯାୟୀ, ପାର୍କ ପାଇଁ ୬୯୩,୯୭ କୋଟି ଟଙ୍କା ବିନିଯୋଗ ହେବ । ଏଥିରେ ସିଧାସଳଖ ବାୟୁ ପଥ, ସଡକ ପଥ, ରେଳପଥ ଓ ସମୁଦ୍ର ପଥରେ ଲୋକଙ୍କୁ ସଂଯୋଗ କରିବ ।

Related posts

ସୁପ୍ରିମକୋର୍ଟ କଲେଜିୟମର ସୁପାରିସରେ କେନ୍ଦ୍ରର ବାଜିଲା ମୋହର

mahabharatanews

ଜାପାନରେ ବନ୍ଦ ହେଲା ଏକ ସିନେମା ଘର

mahabharatanews

ଜାଲିକାଟୁରେ ଭାଗ ନେବେ ସ୍ୱଦେଶୀ ବଳଦ: ମାଡ୍ରାସ ହାଇକୋର୍ଟ

mahabharatanews