ଓଡିଶା

ଧବଳେଶ୍ୱର ମନ୍ଦିରର ମୁଖ୍ୟ ଦ୍ୱାର ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ

(କଟକ) :  ବଡ଼ ଓଷାରେ ଧବଳେଧବଳେଶ୍ୱର ମନ୍ଦିରଶ୍ୱର ମନ୍ଦିରରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି  । କିନ୍ତୁ ପୂଜକ-ପ୍ରଶାସନ ମଧ୍ୟରେ ଲାଗି ରହିଥିବା ତିକ୍ତତା ପାଇଁ ଗତକାଲି ଠାରୁ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ । ଏହା ପରେ ଆଜି ମୁଖ୍ୟ ଦ୍ୱାର ଭାଙ୍ଗି ଦର୍ଶନ  କରିଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ୱାର କବାଟ ଭାଙ୍ଗି ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ସୂଚନାନୁଯାୟୀ , ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ବ୍ୟାରିକେଡ୍ କୁ ନେଇ ପୂଜକଙ୍କ ପ୍ରତିବାଦକୁ ମାନିଲେନି ଶ୍ରଦ୍ଧାଳୁ । ଏପରିକି ପ୍ରଶାସନ ସହ ଆଲୋଚନା ବିଫଳ ହେବାରୁ ଆଜି ଅସମ୍ଭାଳ ସ୍ଥିତି ଉପୁଜିଛି । ଗତକାଲି ସେବାୟତ-ପ୍ରଶାସନ ମଧ୍ୟରେ ବ୍ୟାରିକେଡ୍ କୁ ନେଇ କଳି ହେବା ପରେ ଧବଳେଶ୍ୱର ବାବାଙ୍କ ଦୁଆରରେ ତାଲା ପକାଇଥିଲେ ପୂଜକ । ଶୁକ୍ରବାର ଦିନ ଧବଳେଶ୍ୱରଙ୍କ ରାତି ୩ ଟାରୁ ନୀତିକାନ୍ତି ସରିଥିଲା । ପରେ ବ୍ୟାରିକେଡରେ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିଲା । କିନ୍ତୁ ସକାଳ ୧୦ଟାରେ ହଠାତ୍ ପୂଜକମାନେ ମନ୍ଦିରର ମୁଖ୍ୟ ଓ ପ୍ରସ୍ଥାନ ଦ୍ୱାର ବନ୍ଦ କରି ପାର୍ବତୀ ମନ୍ଦିରରେ ତାଲା ପକାଇ ଧାରଣା ଦେଇଥିଲେ ।

Related posts

ସକାଳ ୯ଟା ସୁଦ୍ଧା ମୋଟ ୭.୪୫ ପ୍ରତିଶତ ମତଦାନ

mahabharatanews

ବାତ୍ୟା ଅପଡେଟ: ଦୁର୍ବଳ ହେଉଛି ଅସାନି, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ କରୁଛି ଗତି

mahabharatanews

ବାଲି ବୋଝେଇ ଟ୍ରକ ଧକ୍କାରେ ମହିଳା ମୃତ

mahabharatanews