ଓଡିଶା

ଆଜିଠୁ ଶ୍ରୀମନ୍ଦିରରେ ଚନ୍ଦନ ଯାତ୍ରା

(ପୁରୀ) : ଆଜିଠୁ ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ । ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ସୁବାସିତ ପୁଷ୍ପ, କର୍ପୂର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହୁଅନ୍ତି ।

ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରମାନଙ୍କ ‘ଜଳକ୍ରୀଡ଼ା’ ଉତ୍ସବ ଅନୁଷ୍ଠିତ ହେବ ।

ସୂଚନାନୁଯାୟୀ , ପୂଜାପଣ୍ଡା ସାଆନ୍ତ ପଞ୍ଚୋପଚାରରେ ଶୀତଳ ଭୋଗ କରିଥାନ୍ତି । ଏହାପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହୋଇଥାଏ । ଭିତର ଚନ୍ଦନଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ବିଧି ରହଛି ।

Related posts

ଅଗ୍ନି ନିରାପତ୍ତା ଅଡିଟ୍ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ

mahabharatanews

୫୮ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରେ ଡାକ୍ତରୀ ପରୀକ୍ଷା ପରେ କ୍ୱାରେଟାଂଇନ ଗୃହକୁ ପଠାଗଲା

mahabharatanews

୧୮ ବର୍ଷରୁ କମ୍ ୩ ଜଣ ଶିଶୁ ଶ୍ରମିକ ରାସ୍ତା ନିର୍ମାଣ କାର୍ୟ୍ୟରେ ନିୟୋଜିତ

mahabharatanews