ଓଡିଶା

ଧାରା ୧୪୪କୁ ବେଖାତିର କରି ବେଧଡ଼କ ଚାଲିଛି ବାଲି ଉଠାଣ

ଜଳେଶ୍ୱର: ଧାରା୧୪୪କୁ ଖାତିର ନାହିଁ, ଧାରା ୧୪୪ ବଳବତ୍ତର ଥିଲେବି, ବାଲି ମାଫିଆମାନେ ନିୟମ କାନୁନକୁ ଫୁ କରି , ପ୍ରତ୍ୟେକ ଦିନ ସଞ୍ଜ ହେଲେ ଟ୍ରାକ୍ଟର ଓ ଡମ୍ପର ଯୋଗେ ଶହଶହ ଟ୍ରିପ ବାଲି ଉଠାଇ ମୋଟା ଅଙ୍କରେ ବିକ୍ରି କରୁଛନ୍ତି । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଅନ୍ତର୍ଗତ ସିଂଲା ଥାନା ଅଞ୍ଚଳର ଆମ୍ବ କୁଡୁଛି,ମଧୁପୁରା, ଦେଭୋଗ କାଦ୍ରାଇଁଆ ଆଦି ଅଞ୍ଚଳରେ ଥିବା ବାଲି ସୈରାତ ରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ମୋଟା ଅଙ୍କରେ ବିକ୍ରି ହେଉଛିୟ ରାଜ୍ୟ ସରକାର ରାଜସ୍ୱ ହରାଉ ଥିବା ବେଳେ, ସ୍ଥାନୀୟ ପ୍ରଶାସନ ଏକ ପ୍ରକାର ନିରବ ଦୃଷ୍ଟା ସାଜିଛି । ପ୍ରତ୍ୟେକ ଦିନ ନଦୀ ବନ୍ଧ ଉପରେ ବାଲି ଗାଡି ଯାଆଆସ କରି ନଦୀ ବନ୍ଧ ଦୁର୍ବଳ ହୋଇ ଦଡିବା ସହିତ, ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ରାତ୍ରିରେ ଗାଡ଼ି ଶବ୍ଦରେ ଅଞ୍ଚଳ ବାସୀଙ୍କ ନିଦ ହଜିଯାଉଛି । ସେମାନେ ଶାନ୍ତିରେ ଶୋଇ ପାରୁନାହାନ୍ତି ବୋଲି ବିଗତ ଦିନରେ ସ୍ଥାନୀୟ ତହସିଲଦାର, ବାଲେଶ୍ୱର ଜିଲ୍ଲାପାଳଙ୍କ ସହିତ ଆରଡ଼ିସି, ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଏନେଇ ପଶାସନ ପକ୍ଷରୁ ଆମ୍ବକୁଡ଼ଚି ଓ ଦେଭୋଗ ଅଞ୍ଚଳର ବାଲି ସୈରାତରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ୧୪୪ ବଳବତ୍ତର ଥିବା ସତ୍ୱେ ବିନା କୌଣସି ନିଲାମରେ, ବିନା କାଗଜ ପତ୍ରରେ ପ୍ରତି ଟ୍ରାକ୍ଟର ପିଛା ୫୦୦ ଟଙ୍କା ରୟାଲଟି ନିଆଯାଉଛି, ଯାହା ଦ୍ୱାରା ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।

ତେବେ ସିଂଲା ପୋଲିସ ଅତର୍କିତ ଭାବେ ଚଢ଼ାଉ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଭାରପ୍ରାପ୍ତ ତହସିଲଦାରଙ୍କୁ ଜଣାଇ ଥିଲେ । ତହସିଲ ଦାର ୧୦,୧୦୫ (ଦଶ ହଜାର ଶହେ ପାଞ୍ଚ ଟଙ୍କା) ଜୋରିମାନା ଆଦାୟ କରିଛନ୍ତି । ସ୍ଥାୟୀ ତହସିଲଦାର ଓ ଆବଶ୍ୟକ ପୋଲିସ ଫୋର୍ସ ନଥିବାରୁ ସମସ୍ୟା ହେଉଛି ।ତହସିଲ ଦାରଙ୍କ ଯୋଗଦାନ ପରେ ଫୋର୍ସ ଯୋଗାଇ ଦେଲେ ଚଢ଼ାଉକୁ ଅଧିକ ବଳବତ୍ତର କରିବା ସହିତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ତହସିଲଦାର ଓ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ତିନିଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ

mahabharatanews

୨୫ରେ ଆଉ ଏକ ଘୁର୍ଣ୍ଣିବଳୟ

mahabharatanews

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

mahabharatanews