ଅପରାଧଓଡିଶା

ଏରିୟର କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ଗଞ୍ଜାମ:- ଭିଜିଲାନ୍ସ ଜାଲରେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏରିୟର କରାଇ ଦେବାକୁ ଲାଞ୍ଚ  ନେଉଥିବା ବେଳେ ଧରାପଡିଗଲେ ଭିଜିଲାନ୍ସ ହାତରେ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ସୂଚନା ମୁତାବକ ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର ଓ ଏରିୟର କରାଇଦେବାକୁ କହି ତାଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବନମାଳୀ ଶତପଥୀ । କର୍ମଚାରୀ ଜଣକ ଆଉ କିଛି ଉପାୟ ନପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । କର୍ମଚାରୀଙ୍କ ଠାରୁ ବାଲିପଦର ବସ୍‌ ଷ୍ଟପ୍ ଠାରେ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ଏହି ଚଢାଉ ପରେ ତାଙ୍କ ଅଫିସ, ସରକାରୀ ବାସଭବନ ଓ କବିସୂର୍ଯ୍ୟନଗରଠାରେ ଥିବା ୨ଟି ଘରେ ଏକକାଳୀନ ରେଡ୍ କରାଯାଇଛି । ଚଢ଼ାଉରେ ଜଣେ ଡିଏସପି, ଜଣେ ଇନ୍ସପେକ୍ଟର ଓ ୨ଜଣ ଏଏସଆଇ ସାମିଲ ହୋଇଛନ୍ତି ।

Related posts

ଆସନ୍ତାକାଲି ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ

mahabharatanews

ବାଲୁକା କଳାରେ ବିଜୁବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ ନିବେଦନ

mahabharatanews

ଘରୋଇ ସହାୟିକାଙ୍କୁ ନିର୍ଯାତନା, ଅଭିନେତ୍ରୀ ରିୟା ତାଙ୍କ ସ୍ବାମୀଙ୍କୁ ଜେରା

mahabharatanews