ଓଡିଶା

ନଦୀକୁ ଡେଇଁ ଛାତ୍ରୀ ନିଖୋଜ

(ମହାଭାରତ, ସାଲେପୁର): ସାଲେପୁର ନିଶ୍ଚିନ୍ତକୋଇଲି ବରପଡା ନିକଟରେ ପୋଲ ଉପରୁ ନଦୀକୁୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବରପଡା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡିଥିବା ଅନୁମାନ କରାଯାଉଛି । ଉକ୍ତ ଛାତ୍ରୀ ଜଣକ ସ୍ଥାନୀୟ ଏକ କଲେଜର ଯୁକ୍ତ ୨ରେ ପାଠ ପଢୁଥିଲେ । ସୋମବାର ସେ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି । ତେବେ ଛାତ୍ରୀ ଜଣକ ନଦୀକୁ ଡେଇଁବା ନେଇ କାରଣ ଏଯାଏ ଜଣାପଡିନାହିଁ ।

Related posts

କୂଅରେ ଖସିଲା ହାତୀ

mahabharatanews

ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

mahabharatanews

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews