ଅପରାଧ

ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ନାବାଳକ ଥାନାରେ ଅଟକ

(ମହାଭାରତ, ରାୟଗଡା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗତ ୧ ତାରିଖ ବୁଧବାର ରାତିରେ ନାବାଳିକା ଜଣକ ପରିସ୍ରା ପାଇଁ ଘରୁ ବାହାରିଥିବା ବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପାଖରେ ଥିବା ଏକ ବିଲରେ ଗଣଦୁଷ୍କର୍ମ କରିଥିଲେ । ତେବେ ଦୁଷ୍କର୍ମକାରୀମାନେ ୩ ଜଣ ନାବାଳକ ବୋଲି ପୀଡିତାଙ୍କ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

Related posts

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

mahabharatanews

ରାସ୍ତାରେ ଶୋଇ ଥିବା ଷଣ୍ଢ ପଲଙ୍କୁ ଚାପି ଦେଲା ହାଇଓ୍ଵା, ଉତ୍ୟକ୍ତ ଲୋକେ ଜାଳିଦେଲେ ହାଇଓ୍ବା

mahabharatanews

ନକଲି ମଦ ପିଇ ୨୧ ମୃତ

mahabharatanews