ଓଡିଶା

ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

(ମଧୁସୂଦନ ବହିଦାର / ବଲାଙ୍ଗିର): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ବୁଢାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁକେଲ ଗ୍ରାମରେ ପୋଖରୀରେ ମହିଳାଙ୍କ ମୃତ୍ୟୁ ଶରୀର ଭାସୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ଏହା ପରେ ସଙ୍ଗେ ସଙ୍ଗେ ସଇଁନ୍ତଳା ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ଆସି ଶବକୁ ଉଦ୍ଧାର କରିଥିଲେ। ମୃତ ମହିଳା ଜଣକ ବାବୁକେଳ ଗ୍ରାମର ରମା ସେଲମା ବୋଲି ଜଣାପଡିଛି । ରମାଙ୍କ ସ୍ଵାମୀ କହିବା ଅନୁସାରେ ଗତଦୁଇ ଦିନହେଲା ରମା ନିଖୋଜଥିବା ପ୍ରକାଶ କରିଛନ୍ତି। ସଇଁନ୍ତଳା ପୋଲିସ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏ ପର୍ୟ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Related posts

ସତ୍ୟନଗର ଠାରେ ଥିବା ତୋଷାଳୀ ଭବନରେ ଅଗ୍ନିକାଣ୍ଡ

mahabharatanews

ବଦଳି ଯାଇଛି ପାଣିପାଗର ମିଜାଜ ;୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର

mahabharatanews

କଙ୍କିନାଳୀ ଠାରେ ବିଧାୟକଙ୍କ ଦ୍ୱାରା ବିଜେପି କାର୍ଯ୍ୟାଳୟ ଉଦଘାଟିତ

mahabharatanews