ଇସଲାମାବାଦ: ନିଜକୁ ପ୍ରଫେଟ କହିବାରୁ ମହିଳାଙ୍କୁ ମିଳିଲା ଫାଶୀ ଦଣ୍ଡ । ଏହି ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନୀ କୋର୍ଟ ।ଏଥିସହ ପାକିସ୍ତାନ କରେନ୍ସିରେ ୫୦୦୦ ଟଙ୍କା ଜରିମାନା କରାଯାଇଛି।ପାକିସ୍ତାନର ଜଣେ ମହିଳା ଶିକ୍ଷୟିତ୍ରୀ ନିଜକୁ ପ୍ରଫେଟ ମହମ୍ମଦଙ୍କ ପରେ ଦ୍ୱିତୀୟ ପ୍ରଫେଟ ବୋଲି ଦାବି କରୁଥିଲେ ।
ସଲ୍ମା ତନଭୀର ନାମ୍ନୀ ଶିକ୍ଷୟିତ୍ରୀ ନିଜକୁ ୨ୟ ପ୍ରଫେଟ ଦାବି କରିବାରୁ ତାଙ୍କୁ ଏମିତି କଠୋର ଦଣ୍ଡରେ ଦଣ୍ଡିତ କରାଯାଇଛି । ପାକିସ୍ତାନର ଏକ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି। ନିଶ୍ତାର କଲୋନୀରେ ଥିବା ଏକ ଘରୋଇ ସ୍କୁଲରେ ତନଭୀର ପ୍ରିନ୍ସପାଲ ଅଛନ୍ତି। ପ୍ରଫେଟ ମହମ୍ମଦ ଇସଲାମର ଶେଷ ପ୍ରଫେଟ ଏହାକୁ ସ୍ୱୀକାର କରି ନ ଥିଲେ ତନଭୀର । ତନଭୀରଙ୍କ ଏହି ବ୍ୟବହାରକୁ କଡା ନିନ୍ଦା କରିଛନ୍ତି କୋର୍ଟ ।
ମହମ୍ମଦଙ୍କ ପ୍ରତି ଏହା ଅପମାନଜନକ ମନ୍ତବ୍ୟ ବୋଲି ୨୦୧୩ରେ ସ୍ଥାନୀୟ ଧର୍ମଗୁରୁ ଅଭିଯୋଗରେ କରିଥିଲେ। ଏହାକୁ ନେଇ ପୁଲିସ ତନଭୀରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେପଟେ ତନଭୀରଙ୍କ ଓକିଲ କହିଛନ୍ତି ଯେ, ତାଙ୍କ ମହକିଲଙ୍କର ମାନସିକ ଭାରସାମ୍ୟ ହରାଇଛନ୍ତି । ତେଣୁ କୋର୍ଟଙ୍କ ନିର୍ଦ୍ଦେଶରେ ତାକଙ୍କର ମାନସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରିପୋର୍ଟରେ ତାଙ୍କ ମାନସିକ ଅବସ୍ଥା ଭଲ ଥିବା କୁହାଯାଥିଲା। ଏହା ପରେ ମହିଳା ଜଣଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି।
ପାକିସ୍ତାନରେ ମହମ୍ମଦ ବିରୋଧୀ ମନ୍ତବ୍ୟରେ କଠୋର ଦଣ୍ଡାଦେଶ ବ୍ୟବସ୍ଥା ରହିଛି । ରେ ଦଣ୍ଡିତ କରିବାକୁ ଆଇନ ରହିଛି। ୧୯୮୭ଠାରୁ ସେହି ଆଇନ୍ ଅନୁଯାୟୀ, ଏ ଯାଏଁ ୧୪୭୨ ଜଣଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଏହି ଅପରାଧ ପାଇଁ ଅଭିଯୁକ୍ତଙ୍କୁ କୌଣସି ଓକିଲ ରାଜି ହେଉନଥିବାରୁ ଅଭିଯୁକ୍ତମାନଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମିଳି ନ ଥାଏ ।