ବିଶ୍ୱ

ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି ନିଯୁକ୍ତ

ଇସଲାମାବାଦ: ଲାହୋର ହାଇକୋର୍ଟର ବିଚାରପତି ଜଷ୍ଟିସ ଆୟସା ଏ ମଲିକ ହୋଇଛନ୍ତି ପାକିସ୍ତାନ ସୁପ୍ରିମ କୋର୍ଟର ପ୍ରଥମ ମହିଳା ବିଚାରପତି । ଏହି ନିଯୁକ୍ତି ପରେ ୫୫ ବର୍ଷୀୟା ଜଷ୍ଟିସ ଆୟସା ଇତିହାସ ରଚିଛନ୍ତି । ପାକ ପରି ଋଢିବାଦୀ ଦେଶରେ ଜଣେ ମହିଳାଙ୍କୁ ବିଚାର ପତି କରାଯିବା ନିଶ୍ଚିତ ରୂପେ ଏକ ଐତିହାସିକ ପଦକ୍ଷେପ । ପାକ ଆଇନ ମନ୍ତ୍ରଣାଳୟ ତରଫରୁ ୨୧ ଜାନୁଆରୀରେ ଜାରି ଅଧିସୂଚନା ଅନୁଯାୟୀ, ରାଷ୍ଟ୍ରପତି ଆରିଫ ଅଲ୍ୱି ଜଷ୍ଟିସ ଆୟସାଙ୍କ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।
ଅଧିସୂଚନା ମୁତାବକ, ପାକିସ୍ତାନର ସମ୍ବିଧାନର ଅନୁଚ୍ଛେଦ ୧୭୭ର କ୍ଲଜ (୧) ଅନ୍ତର୍ଗତ ପ୍ରଦତ୍ତ ଶାକ୍ତି ଆଧାରରେ ରାଷ୍ଟ୍ରପତି ଜଷ୍ଟିସ ଆୟସାଙ୍କୁ ପାକ ସୁପ୍ରିମ କୋର୍ଟର ବିଚାରପତି ନିଯୁକ୍ତ କରିଛନ୍ତି ।

Related posts

ଜାପାନ ଭୂମିକମ୍ପ;  ୧୨୪ ଘଣ୍ଟା ପରେ ମହିଳା ଉଦ୍ଧାର 

mahabharatanews

୪୦୦ ଶହ ସବୁଠାରୁ ବଡ ଧନୀକ ଶ୍ରେଣୀରେ ଫୋର୍ବସ ତାଲିକାରେ ନାହିଁ ଟ୍ରମ୍ପଙ୍କ ନାମ

mahabharatanews

ବିଫଳ ହେଲା ଜାପାନର ହାକୁତୋ-ଆର ମିଶନ୍ -୧

mahabharatanews