ଓଡିଶା

ନିମାପଡାରେ କରୋନା ସଂକ୍ରମଣ ରୋକିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ

(ଜୟନ୍ତ କୁମାର ସେଠୀ/ନିମାପଡା): ପୁରୀ ଜିଲ୍ଲା ନିମାପଡା ଓ ଗୋପ ବ୍ଲକରେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ମହାମାରୀ କରୋନା ହୁ ହୁ ହୋଇ ବ୍ୟାପି ଥିବା ବେଳେ ନିମାପଡା ଗୋପ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଣୁ ନିମାପଡା ବ୍ଲକ ପଞ୍ଚାୟତ ସମିତି ହଲରେ ପୁରୀ ସିଡିଏଏମ ଅଫିସର, ଏଡିଏମ , ନିମାପଡା ଗୋପ ବ୍ଲକର ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ଥାନା ଆଇଆଇସି, ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସିଡିଏମଓଙ୍କୁ ନେଇ ଏକ ବୈଠକ କରାଯାଇଥିଲା । ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଧ୍ୟକ୍ଷତା କରିଥିଲେ । ସାଧାରଣ ଲୋକେ ସାମାଜିକ ଦୂରତା ବଜାୟ ରଖିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ସେ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲେ । ନିମାପଡାରେ ଏଯାଏ ୧୫୭ ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିବା ବେଳେ ୨୩ ଜଣଙ୍କ ପଜିଟିଭ ଓ ୧୮ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ସେହିପରି ଗୋପ ବ୍ଲକରେ ୭୪୪ ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିବା ବେଳେ ୩୩ ଜଣ ପଜିଟିଭ ଓ ୨୫ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ମନ୍ତ୍ରୀ ସୁଚନା ଦେଇଥିଲେ। ନିମାପଡାର ୪ଟି ଜିଲା ପରିଷଦ ଜୋଣ ଏବଂ ନିମାପଡା ଏନଏସିକୁ ନେଇ ୫ଟି ସ୍ୱତନ୍ତ୍ର ସ୍କୁଆଡ଼ ଗଠନ କରାଯାଇଛି । ନିମାପଡା ଅଞ୍ଚଳରେ ଥିବା ସମସ୍ତ ପ୍ରକାର ବ୍ୟବସାୟ ଅନୁଷ୍ଠାନରେ ସାମାଜିକ ଦୂରତା ରଖିବା ସହିତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ପାଇଁ ଅଧିକାରୀମାନଙ୍କୁ ଆୟୋଜିତ ବୈ÷ଠକରେ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଅଞ୍ଚଳର ବିଭିନ୍ନ ଗ୍ରାମକୁ ପଶ୍ଚିମବଙ୍ଗରୁ ଆସୁଥିବା ପ୍ରବାସୀ ଓଡ଼ିଆମାନେ ୧୪ ଦିନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ବୋଲି ମନ୍ତ୍ରୀ କହିଥିଲେ । ଉକ୍ତ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମନ୍ତ୍ରୀଙ୍କ ପ୍ରସ୍ତାବଗୁଡିକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତ

Related posts

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

mahabharatanews

ଆଉ ଭିକ ମାଗି ପାରିବେନି ରାଜଧାନୀ ଭିକାରୀ

mahabharatanews

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

mahabharatanews