ଓଡିଶା

ଆଉ ଭିକ ମାଗି ପାରିବେନି ରାଜଧାନୀ ଭିକାରୀ

(ଭୁବନେଶ୍ୱର) :  ଭିକାରୀ ମୁକ୍ତ ହେବ ରାଜଧାନୀ । ଏଣିକି ଭୁବନେଶ୍ୱରରେ ରାସ୍ତା କଡ଼ କିମ୍ବା ମନ୍ଦିର ସାମ୍ନାରେ ଆଉ ଭିକ ମାଗି ପାରିବେନି ଭିକାରୀ।  ବି ଏମସି ଅଧୀନରେ ଥିବା ୫ଟି ଭିକାରୀ ଥଇଥାନ କେନ୍ଦ୍ରରେ ଏମାନଙ୍କୁ ରଖାଯିବ । ରଙ୍ଗ ବଜାର, ଅନ୍ଧାରୁଆ, ନିଳାଦ୍ରୀବିହାର, ପିଡବ୍ଲୁଡି କଲୋନୀ ଭଳି ଅଂଚଳରେ ଭିକାରି ଥଇଥାନ କେନ୍ଦ୍ର ରହିଛି । କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ ,ପ୍ରତି କେନ୍ଦ୍ରରେ ଶହେ ଲେଖାଏଁ ଭିକାରୀ ରହିବା ବ୍ୟବସ୍ଥା ରହିଛି । ରାଜଧାନୀର ୩ ଜୋନରେ ତିନୋଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ବୁଲିବା ସହ ଭିକାରୀଙ୍କ ଉପରେ ନଜର ରଖିବ । ଭିକାରୀମାନେ ନିଜେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ଏନେଇ ଟ୍ରେନିଂ ମଧ୍ୟ ଦିଆଯାଇଥିଲା ।

Related posts

ଭୁବନେଶ୍ୱର ଓ କଟକ ବାର ମାଲିକଙ୍କ ପାଇଁ କଡ଼ା ନିର୍ଦ୍ଦେଶ

mahabharatanews

୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା, ୬ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି

mahabharatanews

ଶିଶୁ ବିକାଶ ଅଧିକାରିଣୀ ଓ ପୋଲିସ ମିଳିତ ଉଦ୍ୟମରେ ନାବାଳିକା ଝିଅର ବିବାହ ସ୍ଥଗିତ

mahabharatanews