ଓଡିଶା

ନୂତନ ଶିକ୍ଷା ନୀତି ସହ ବ୍ରିଟିଶ ମ୍ୟୁଜିକ ଆଲବମର ତୁଳନା

(ମହାଭାରତ, ଭୁବନେଶ୍ୱର): ପିଙ୍କ ଫ୍ଲଏଡ ନାମକ ବ୍ରିଟିଶ ରକ୍ ବ୍ୟାଣ୍ଡର ଏକ ମ୍ୟୁଜିକ ଆଲବମକୁ ଭାରତ ସରକାର ଆଣିଥିବା ଜାତୀୟ ଶିକ୍ଷା ନୀତି ସହ ତୁଳନା କରିଛନ୍ତି ପୂର୍ବତନ ମୁଖ୍ୟ ଆୟକର ଆୟୁକ୍ତ ତ୍ରିଲୋକ୍ୟ ଜେନା । ୧୯୭୯ ମସିହାରେ ସେ ନାଗପୁରର ଟ୍ୟାକ୍ସ ଟ୍ରେନିଙ୍ଗ ଆକାଡେମୀରେ ପଢିବା ବେଳେ ସେତେବେଳେ ପ୍ରଚଳିତ ଶିକ୍ଷା ପ୍ରଣାଳୀର ମୂଳ୍ୟାଙ୍କନ କରିଥିଲେ । ଏହା ସେତେବେଳେ ରିଲିଜ୍ ହୋଇଥିବା ବ୍ରିଟିଶ ରକ୍ ମ୍ୟୂଜିକ ‘ଆନୋଦର ବ୍ରିକ ଇନ ଦି ୱାଲ’ ସହ ଖାପ ଖାଉଥିଲା । ତେବେ ଏହି ମ୍ୟୁଜିକ ଆଲବମକୁ ଦେଖିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ଜାତୀୟ ଶିକ୍ଷା ନୀତି ୨୦୨୦ରେ ବହୁତ ଗୁଡିଏ ବିଷୟ ଉପରେ ଗଭୀର ଭାବେ ଚର୍ଚ୍ଚା କରାଯିବା ଉଚିତ ବୋଲି ସେ ଏକ ଆଲେଖ୍ୟ ମାଧ୍ୟମରେ ପ୍ରକାଶ କରିଛନ୍ତି । ବ୍ରିଟିଶ ରକ୍ ବ୍ୟାଣ୍ଡର ମ୍ୟୁଜିକ ସହ ତୁଳନା କରି ସେ କହିଛନ୍ତି ଯେ, ପାଠ୍ୟକ୍ରମ ସାମଗ୍ରୀ, ଭାଷାର ମାଧ୍ୟମ, ଭୌତିକ ଏବଂ ଡିଜିଟାଲ ବାଧା, ଶିକ୍ଷକମାନଙ୍କ କୌଶଳ ବୃଦ୍ଧି, ସମୟ ଅନୁସାରେ ଶିକ୍ଷକମାନଙ୍କ ପାଠ ପଢାଇବା ଶୈଳୀରେ ପରିବର୍ତ୍ତନ ଆଦି ବିଷୟ ଉପରେ ଗୁରତ୍ୱ ଦିଆଯିବା ଉଚିତ । ତେବେ କରୋନା ମହାମାରୀ, ପ୍ରବାସୀ ଶ୍ରମିକଙ୍କ ସଙ୍କଟ, ଓ ଲଦାଖରେ ଚୀନ ସୈନ୍ୟଙ୍କ ଆକ୍ରମଣ ବେଳେ ଜାତୀୟ ଶିକ୍ଷା ନୀତି ଅଣାଯାଇଛି । ତେଣୁ ଏହାକୁ ଯେତିକି ଧ୍ୟାନ ଦିଆଯିବା କଥା ସେପରି ହୋଇପାରିନାହିଁ ବୋଲି ଆଲେଖ୍ୟ ମାଧ୍ୟମରେ ପୂର୍ବତନ ମୂଖ୍ୟ ଆୟକର ଆୟୁକ୍ତ ନିଜ ମତ ପ୍ରକାଶ କରିଛନ୍ତି ।

Related posts

ଅଙ୍ଗନୱାଡି କେନ୍ଦ୍ରରେ କରୋନା ସଚେତନତା କାର୍ଯ୍ୟକ୍ରମ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ସାଂସଦ ଚନ୍ଦ୍ରଶେଖର ସାହୁ 

mahabharatanews

ୟୁଜିସି ମାର୍ଗଦର୍ଶିକା ଉପରେ ପୁନର୍ବିଚାର କରିବାକୁ ପତ୍ର ଲେଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews