(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପଲମା ଗ୍ରାମପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଛି । ଫଳରେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣରେ ବାଧା ସୃଷ୍ଟି ହୋଇଛି । ୨୦୧୬ ମସିହାରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁତ ଗ୍ରାମପଞ୍ଚାୟତର ୧୧ ଗୋଟି ୱାର୍ଡକୁ ନେଇ ନୂତନ ଭାବେ ରାଜପଲମା ଗ୍ରାମପଞ୍ଚାୟତ ଗଠନ ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ରାଜପଲମାରେ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଜମି ଚିହ୍ନଟ କରିଥିଲେ । ପରେ କାର୍ଯ୍ୟାଳୟ ର୍ନିମାଣ କାମ ଆରମ୍ଭ ହୋଇଥିଲା । ସବୁ ଠିକ୍ ଚାଲିଥିବା ବେଳେ ଗାଁର କିଛି ମୁଷ୍ଟିମେୟ ଗୋଷ୍ଠି ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ରାଜପଲମାରେ ନ କରି ବୁଡାପୁଟରେ କରିବାକୁ ଇଛା ପ୍ରକାଶ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଛି । ଏପରିକି ଏହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ କିଛି ଦିନ ତଳେ ରାଜପଲମାରେ ର୍ନିମାଣ ହେଉଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଭଙ୍ଗା ରୁଜା କରି ସେଠାରେ କାମ କରୁଥିବା ମହିଳା ଏବଂ ପୁରୁଷ ଶ୍ରମିକମାନଙ୍କୁ ମାରପିଟ୍ କରିଥିବା ସୁନାବେଡା ଥାନାରେ ଲିଖିତ ଅଭିଯୋଗ ହୋଇଛି । କାର୍ଯ୍ୟାଳୟ ଭଙ୍ଗାରୁଜା କରିବାରେ ସ୍ଥାନୀୟ ସରପଞ୍ଚଞ୍ଚଶାନ୍ତି ମୁଦୁଲି, ନାୟବ ସରପଞ୍ଚଞ୍ଚଧନୁ ଟାକ୍ରି, ସମିତି ସଭ୍ୟା ଅନୁଜା ଟାକ୍ରି ସାମିଲ ଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ •ଲିଥିବା ସୁନାବେଡା଼ ଏସଡିପିଇଓ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜପଲମାରେ ପଞ୍ଚାୟତ କାର୍ଯ୍ୟାଳୟ ର୍ନିମାଣକୁ ସମର୍ଥନ କରୁଥିବା ଗାଁ ଗୁଡିକର ଲୋକେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରଛନ୍ତି । ଏହାସହ ଭଙ୍ଗା ରୁଜା କରିଥିବା ଲୋକଙ୍କୁ ଚିହ୍ନଟ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଜଣାଇଛନ୍ତି ।
previous post
next post