ରାଜନୀତି

ପଦ ଛାଡିଲେ କଂଗ୍ରେସ ବିଧାୟକ ଲୁଇଜିନୋ

ପାଣାଜୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଦେଇଛନ୍ତି ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଲୁଇଜିନୋ ଆଜି ତ।।ଙ୍କ ବିଧାୟକ ପଦରୁ ଇସ୍ତା ଦେଇଛନ୍ତି । ସେ ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ସେ ଆଜୀବନ କଂଗ୍ରେସରେ ରହିବେ ଓ ଦଳର ନୀତି ଆଦର୍ଶରେ କାର୍ୟ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପଟେ ସେ ଟିଏମସିରେ ମିଶିବାକୁ ଯାଉଥିବା ଚର୍ଚ୍ଚା ହେଉଛି ।
ଲୁଇଜିନୋ ତାଙ୍କ ଇସ୍ତଫା ସମ୍ପର୍କରେ ଟ୍ୱିଟ କରିବା ସହ ଇସ୍ତଫା ଦେବା ସମୟର ଫଟୋ ମଧ୍ୟ ଅପଲୋଡ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି କି, ମୁଁ ବିଧାୟକ ପଦରୁ ଇସ୍ତଫା ଦେଇଛି । ନାଭେଲିମବାସୀ ମୋ ଉପରେ ଭରସା କରିଥିବାରୁ ସେମାନଙ୍କୁ ଧନ୍ୟବାଦ । ଭବିଷ୍ୟତରେ ମଧ୍ୟ ସେମାନଙ୍କ ଆଶୀର୍ବାଦ ମୋ ସହ ରହିବ ବୋଲି ଆଶା । ସେ ଆହୁରି କହିଛନ୍ତି, “ମୁଁ ବିଧାୟକ ପଦ ଛାଡ଼ିଛି। କଂଗ୍ରେସ ଛାଡ଼ି ନାହିଁ। ମୁଁ କଂଗ୍ରେସ ପରିବାରର ସଦସ୍ୟ। ମୁଁ ସବୁବେଳେ କଂଗ୍ରେସରେ ରହିବି। କଂଗ୍ରେସ ପରିବାରକୁ ସୁଦୃଢ଼ କରିବାକୁ ମୁଁ ବିଧାୟକ ପଦ ଛାଡ଼ିଛି। ଏଥିପାଇଁ ମୁଁ କଠିନ ପରିଶ୍ରମ କରିବି।
ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଲୁଇଜିନୋ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

 

Related posts

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews

ଉପଯୁକ୍ତ ଯୁବ ନେତାଙ୍କ କାନ୍ଧରେ ବିଜେଡି

mahabharatanews

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

mahabharatanews