ଓଡିଶାରାଜନୀତି

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ । ଦୀର୍ଘଦିନ ହେବ ଯେଉଁସବୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରମୁଖ ପ୍ରସଙ୍ଗ କେନ୍ଦ୍ରର ବିଚାର ପାଇଁ ରହିଛି ସେ ନେଇ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବେ। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଜୁଲାଇ ୨୬ ରୁ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀ ଗସ୍ତ ବେଳେ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି।

Related posts

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

mahabharatanews

୯୦ତମ ଶିବଜୟନ୍ତି ଉତ୍ସବ ଅନୁଷ୍ଠିତ

mahabharatanews

ବରପୋଲିଆ ଚିଲିକା କୂଳ ନିକଟରୁ ୪୪ ଟି ମୃତ ଦେଶୀ ଓ ବିଦେଶୀ ପକ୍ଷୀ ସହ ଧରାପଡିଛି ପକ୍ଷୀ ଶିକାରୀ

mahabharatanews