Uncategorized

ପରିବାର ସହ ଜେଲ ଗଲେ ଆଜମ ଖାନ

(ରାମପୁର): ସମାଜବାଦୀ ପାର୍ଟୀ (ଏସପି)ର ସାଂସଦ ଅ।।ଜମ ଖାନ ତାଙ୍କ ପତ୍ନୀ ତଞ୍ଜିନ ଫାତିମ ଓ ପୁଅ ଅବଦୁଲ୍ଲାହ ଆଜମ ଖାନଙ୍କୁ ଜେଲ ହୋଇଛି । ବୁଧବାର ରାମପୁରର ଏକ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାର୍ଚ୍ଚ ୨ ପର୍ଯ୍ୟନ୍ତ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଏଥିସହ ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୨ରେ ହେବ ବୋଲି କୋର୍ଟ କହିଛନ୍ତି । ଆଜମ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଜେଲ ଯିବା ପୂର୍ବରୁ ବୁଧବାର କୋର୍ଟରେ ଆଜମ ଖାନଙ୍କ ପରିବାର ଆମô୍ସମର୍ପଣ କରିଥିଲେ । ଜାଲ ଜନ୍ମ ପ୍ରମାଣପତ୍ର ରଖିଥିବା ନେଇ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ବିଜେପି ନେତା ଆକାଶ ସକସେନା ୨୦୧୯ ଜାନୁଆରୀ ୩ରେ ଆଜମ ଖାନ, ପତ୍ନୀ ତଜୀନ ଫାତିମା ଏବଂ ପୁଅ ଅବଦୁଲ୍ଲା ଖାନଙ୍କ ନାଁରେ ଗଂଜ ଥାନାରେ ମାମଲା ରୁଜୁ କରିଥିଲେ । ଏହାସହ ଆଜମ ଓ ତାଙ୍କ ପୁଅଙ୍କ ନାମରେ ଉତ୍ତରପ୍ରଦେଶର ବିଭିନ୍ନ କୋର୍ଟରେ ଅନ୍ୟାନ୍ୟ ମାମଲା ଚାଲିଛି । ତାଙ୍କ ବିରୁଦ୍ଧରେ ଜମି ଠକେଇ, ବିଦ୍ୟୁତ ଚୋରି, ମୁର୍ତ୍ତି ଚୋରି, ଜନ୍ମ ପ୍ରମାଣପତ୍ର ଓ ପାସପୋର୍ଟ, ଜାଲିଆତି ମାମଲା ପଡିରହିଛି । ମାମଲାଗୁଡିକର ଶୁଣାଣି ପାଇଁ ହାଜର ହେବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ ହେବା ସତ୍ତେ୍ୱ ଏହାକୁ ଆଜମ ଓ ତାଙ୍କ ପରିବାର ସଦସ୍ୟ ପ୍ରତ୍ୟାଖ୍ୟାନ କରିଆସୁଥିଲେ । ମଙ୍ଗଳବାର ଦିନ ରାମପୁରର ଏକ କୋର୍ଟ ଆଜମ ପରିବାରର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇ ତାଙ୍କ ବିୁରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ । ତେବେ ବୁଧବାର କୋର୍ଟରେ ହାଜର ହେବା ପରେ ମାମଲାଗୁଡିକର ଶୁଣାଣି କରି ଅଦାଲତ ଏଭଳି ରାୟ ଦେଇଛନ୍ତି ।

Related posts

କୃଷକ ଆନ୍ଦୋଳନ ୩୯ ଦିନରେ ସାମିଲ ହେଲେ ବୌଦ୍ଧ ସାଧୁସନ୍ଥ

mahabharatanews

୭ ପର୍ଯ୍ୟନ୍ତ ଉତ୍ତରପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

mahabharatanews

କୋରନା ପାଇଁ ବିଭକ୍ତ ହେବ ଦେଶ

mahabharatanews